ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ 

Spread the love

ବାଲିଗୁଡା,୧୪/୦୨/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଣସପଡ଼ି ସ୍ଥିତ  ଗୋଲିଆ ଡ଼ଙ୍ଗର ପଡିଆ ଠାରେ ଯୁବ କ୍ରିକେଟ କ୍ଳବ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୯ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇ ଯାଇଛି l ଉଦଯାପନୀ ତଥା ଫାଇନାଲ ଖେଳ ଉତ୍ସବରେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଫାଇନାଲ ଖେଳ ଖଜୁରୀନାଳ ଓ ଗୋଲିଆ ଡ଼ଙ୍ଗର ମଧ୍ୟରେ ଆୟୋଜିତ ହୋଇଥିଲା l ଖଜୁରୀନାଳ ଦଳ ୬ ଉଇକେଟ ରେ ଗୋଲିଆ ଡ଼ଙ୍ଗର ଦଳକୁ ପରାସ୍ତ କରି ବିଜୟୀ ଲାଭ କରି ଅତିଥିଙ୍କ ଠାରୁ ଟ୍ରଫି ହାସଲ କରିଥିଲେ l ଖଜୁରୀନାଳ ଦଳର ପ୍ରିୟବ୍ରତଙ୍କୁ  ମ୍ୟାନ ଅଫ ଦି ମ୍ୟାଚ ଟ୍ରଫିପ୍ରଦାନ କରାଯାଇଥିଲା l  ଏହି ମ୍ୟାଚରେ ବାଲିଗୁଡ଼ା ବ୍ଲକର  ବିଭିନ୍ନ ପଞ୍ଚାୟତର ବହୁ ଟିମ ଭାଗ ନେଇଥିଲେ  | 

Related Posts

About The Author

Add Comment