ରସୁଲପୁର, ୦୬/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ବ୍ରାହ୍ମଣୀନଦୀ ପୋଲର ବାମ ପଟ ପଥର ପ୍ୟାକିଙ୍ଗ ନିମ୍ନ ମାନର କାମ କରାଯାଇଥିବା ଗଣମାଧ୍ୟମରେ ଅଭିଯୋଗ କରାଯାଇଚି । ଦିର୍ଘ ୩ବର୍ଷ ହେଲା ଜାରକା ଜଳ ସମ୍ପଦ ଡିଭିଜନ୍ ଅଧିନରେ ଥିବା ଏହି ନଦୀ ବନ୍ଧ ଅତି ଦୃବଳ ହୋଇଥିବା ବେଳେ, ଏହାକୁ ପଥର ପ୍ୟାକିଙ୍ଗ କରାଯିବା ପାଇଁ ଠିକାଦାର ନିମ୍ନ ମାନର କାମ କରାଯାଇଥିବାରୁ ଆମପ୍ରତିନିଧି ଜାରକା ଜଳ ସେଚନ ଡିଭିଜନର ଓଭରସିଅର ଙ୍କୁ ପଚାରିବାରୁ ଏହି କାର୍ଯ୍ୟ ଅତି ନିମ୍ନମାନର କରାଯାଇଚି ବୋଲି ଆମ ପ୍ରତିନିଧି ପଚାରିଥିଲେ । ଯାହାକି ଦିର୍ଘ ତିନି ବର୍ଷ ହେଲା ଏହି ପଥର ପ୍ୟାକିଙ୍ଗ ଅତି ନିମ୍ନ ମାନର ହୋଇଥିବା ବେଳେ, ଏହା ପ୍ରତି ଜରକା ଜଳ ସେଚନ ଡିଭିଜନର ଓଭରସିଅର ଏହାକୁ ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ୩ବର୍ଷ ବିତି ଯାଇଥିଲେ ମଧ୍ୟ ଠିକାଦାର ଲକ୍ଷ ଲକ୍ଷ ଟଙ୍କାର ବିଲ୍ କରି ନେଇ ନିରବରେ ବସିଥିବା ବେଳେ ଦେଖିବାକୁ ମିଳିଚି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ପଥର ପ୍ୟାକିଙ୍ଗ କରାଯାଇଥିବା ପଥର ଗୁଡ଼ିକ ଭାସି ଯିବାରୁ ବଡ଼ ବଡ଼ ଗାଢ଼ ଏହି ନଦୀ କୁଳରେ ସୃଷ୍ଟି ହୋଇ ଦୃଘଟଣା ମାନ ଘଟୁଚି । ନଦୀକୁ ଲୋକମାନେ ଗାଧୋଇ ଆସିବାକୁ ଭୟ କରୁଛନ୍ତି । ଏହି ପଥର ପ୍ୟାକିଙ୍ଗ କରାଯିବା ପାଇଁ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ ଦୃଷ୍ଟି ଦେବା ସହିତ ଜାରକା ଜଳ ସେଚନ ଡିଭିଜନର ଓଭରସିଅର ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବା ଲାଗି ସାଧାରଣରେ ଦାବି କରାଯାଉଚି ।
ବ୍ରାହ୍ମଣୀ ନଦୀର ବାମପାଖ ପଥର ପ୍ୟାକିଙ୍ଗ ନିମ୍ନମାନର ଅଭିଯୋଗ
|
December 6, 2019 |
