ଯାଜପୁର ସଦର, ୪/୩ (ସଂଚାର ନିୟୁଜ/ଗୋପିନାଥ ଦାଶ), ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଠାରେ ଏକ ମାସ ଧରି ବିଶ୍ୱ ଆଲିମ୍ ଇଜ୍ତମା କରିଯିବା ଲାଗି ଯାଜପୁର ଜିଲ୍ଲା ପ୍ରଶାସନ ଘନଘନ ଗସ୍ତକରି ଶାନ୍ତି ଶୃଙ୍ଖଳା ସହିତ ବିଶ୍ୱ ଆଲିମ୍ ଇଜ୍ତମା କରାଯିବାଲାଗି ପ୍ରସାସନ ତରଫରୁ ବୈଠକ ପରି ବୈଠକ କରାଯାଇଥିବା ବେଳେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭକ୍ତମାନେ ଯୋଗ ଦେବା ପାଇଁ ଶିବିର ମାନ କରାଯାଇଥିଲା । ୪ ଶହ ଏକରରୁ ଉର୍ଦ୍ଧ ଜମି ଉପରେ ଟେଣ୍ଡ ମରାଯାଇଥିବା ବେଳେ, ସ୍ୱାସ୍ଥ୍ୟ ସେବା ପାଇଁ ଦକ୍ଷ ଦକ୍ଷ ଡାକ୍ତର ମାନଙ୍କୁ ନିୟୋଜିତ କରାଯାଇଥିଲା । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଯାଜପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଚରଣ ସିଂମିନ୍ନା, ଏସ୍.ଡି.ପି.ଓ ଚିନ୍ମୟ କୁମାର ନାୟକ, ରସୁଲପୁର ତହସିଲଦାର, ରସୁଲପୁର ବି.ଡି.ଓ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାର ଆଇ.ଆଇ.ସି ମାନେ ଏବଂ ପୋଲିସ୍ ପ୍ରଶାସନ, ଫାୟାର ଷ୍ଟେସନ୍ କର୍ମଚାରୀ ଯୋଗ ଦେଇଥିଲେ । ୨୯ ତାରିଖ ସକାଳ ୬ ଟା ସମୟରେ ଧର୍ମସବା ଏବଂ କୋରାନ ପାଠ କରାଯାଇଥିଲା । ଏହି ଅବସରରେ ସମସ୍ତଙ୍କର ଆଲ୍ଲା ଭଲ କରିବା ସହିତ ଆଲ୍ଲାଙ୍କୁ ଦୁହା ମାଗିଥିଲେ । ଧର୍ମଗୁରୁ ମାନେ ଯୋଗଦେଇଥିବା ବେଳେ, ଗତ ୨୯ ତାରିଖଠାରୁ ଆରମ୍ଭ କରାଯାଇ ୨ତାରିଖ ୧୨ଟା ସମୟରେ ବିଶ୍ୱ ଆଲିମ୍ ଇଜ୍ତମା ଉଦ୍ୟାପନ କରାଯାଇଥିଲା । ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯାଇଥିଲା । ଜାତି, ବର୍ଣ୍ଣ ନିର୍ବିଶେଷରେ ନମାଜ ପାଠ କରାଯିବା ସହିତ ଦିଲ୍ଲୀ ହଜରତ ନିଜାମୁଦ୍ଦିନ୍, ବଙ୍ଗୋୱାଲୀ ମହଜିତ୍ର ମୌଲା ସୌକତ୍ ଓ ମୌଲା ସାତ୍ ଧର୍ମସଭାରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍ରେ ପହଁଞ୍ଚô ୧୧ଟା ୧୫ମିନିଟ୍ ପର୍ଯ୍ୟନ୍ତ ୧୫ମିନିଟ୍ ଧରି ଦୁହା ମାଗିଥିଲେ । ଧର୍ମଗୁରୁ ମାନେ ବିଶ୍ୱ ଆଲିମ୍ ଇଜ୍ତମାର ସଫଳତା ଲାଗି ଜିଲ୍ଲା ପ୍ରଶାସନ ସୌଚ୍ଛାସେବୀ ଇଜ୍ତମା କମିଟିର କର୍ମକର୍ତ୍ତାମାନେ ବ୍ରହ୍ମବରଦାର ଭାଇଚାରା ଅତୁଟ ରହିବା ସହିତ ଦଳମତ ନିର୍ବିଶେଷରେ ଜାତୀୟ କଂଗ୍ରେସ ରାଜ୍ୟ ସଭାପତି ନିରଂଞ୍ଜନ ପଟ୍ଟନାୟକ, ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା, କଂଗ୍ରେସର ବହୁ ଦଳିୟ କର୍ମୀ ଯୋଗ ଦେଇଥିଲେ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟୀକା ସୁନନ୍ଦା ଦାସ, ବରୀ ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତା ଦେବେନ୍ଦ୍ର ଦାସ, ବିଜେଡି ସାଧାରଣ ସମ୍ପାଦକ ପ୍ରଦିପ ଦାସ, ବ୍ରହ୍ମବରଦା ସରପଞ୍ଚ ବିଜୟ ଦାସ, ବ୍ରହ୍ମବରଦା ବରିଷ୍ଠ ନାଗରିକ ବୁଦ୍ଧିଜିବୀ ଯୋଗଦେଇଥିଲେ । ଧର୍ମଗୁରୁ ମାନେ ବ୍ରହ୍ମବରଦାରୁ ବାହାରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଜିଲ୍ଲା ଏସ୍ପି ଟ୍ରାଫିକ୍ ନିୟନ୍ତ୍ରଣ କରବା ସହିତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାଜକିଶୋର ଦୋରା, ଜୟରାମ ଶତପଥି, ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ, ୨୦ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ମାନେ ଯୋଗଦେଇଥିଲେ । ଆସିଥିବା ଶ୍ରଦ୍ଧାଳୁମାନେ ପଶ୍ଚିମବଙ୍ଗରୁ ୫ହଜାରରୁ ଉର୍ଦ୍ଧ ଭକ୍ତ ଆସିଥିବା ବେଳେ, ବିହାରୁ ୩ହଜାର, ଝାରଖଣ୍ଡରୁ ୩ହଜାର, ଆନ୍ଦ୍ରପ୍ରଦେଶରୁ ୧ହଜାର, ଉତ୍ତରାଖଣ୍ଡରୁ ୧ହଜାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ୫ହଜାର ଶ୍ରଦ୍ଧାଳୁଭକ୍ତମାନେ ଯୋଗଦେଇଥିଲେ । ଯାଜପୁରଜିଲ୍ଲାରୁ ୨୫ହଜାରୁ ଅଧିକ ଭକ୍ତ ଯୋଗଦାନ କରିଥିଲେ । ୬୦ ହଜାରରୁ ଅଧିକ ଭକ୍ତ ମାନେ ବିଶ୍ୱ ଆଲିମ୍ ଇଜ୍ତମାରେ ଯୋଗଦାନ କରିଥିଲେ । ଶାନ୍ତି ଶୃଙ୍ଖଳା ସହିତ ଏହି ବିଶ୍ୱ ଆଲିମ୍ ଇଜ୍ତମାର ଉଦ୍ୟାପନ କରାଯାଇଥିଲେ ।
ବ୍ରହ୍ମବରଦାରେ ବିଶ୍ୱ ଆଲିମ୍ ଇଜ୍ତମା ଉଦ୍ୟାପିତ
|
March 4, 2020 |
![](https://sandhannews.com/wp-content/uploads/2020/03/Screenshot_20200304_092116.jpg)