ବ୍ରହ୍ମବରଦାରେ ଦେଶୀ ମଦ ଜବତ ଆସାମୀ ଗିରଫ

Spread the love

ଯାଜପୁର , ୦୭/୧୨/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଦୂର୍ଗା ମଣ୍ଡପ ନିକଟରୁ ଦେଶୀ ମଦ ଜବତ ହେବା ଜଣାଯାଇଚି । ଆଜି ସନ୍ଧ୍ୟାରେ ବ୍ରହ୍ମବରଦା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ, ଯାଜପୁର ସଦର ଥାନା କାକୁଡ଼ିକୁଦ ଗ୍ରାମର ନାରାୟଣ ସେଠୀ ଏକ ଜରି ବସ୍ତାରେ ଦେଶୀ ମଦ ନେଉଥିବା ବେଳେ, ପୋଲିସ ହାବୁଡ଼ରେ ପଡ଼ିଥିଲା । ବ୍ରହ୍ମବରଦା ପୋଲିସ ତା ନିକଟରୁ ୧୫ଲିଟର ଦେଶୀ ମଦ ଜବତ କରିଥିବା ସହିତ ନାରାୟଣକୁ ଗିରଫ କରିଥିଲା । ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇ ନାରାୟଣକୁ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment