ବ୍ରହ୍ମବରଦାଠାରେ ଭାଜପା ପକ୍ଷରୁ ସାଧାରଣ ସଭା, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷାକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Spread the love

ବରୀ, ୨୬/୦୪(ସନ୍ଧାନ ନିୟୁଜ) ରସୁଲପୁର ବ୍ଲକରୁ ବରୀ ନିର୍ବାଚନ ମଣ୍ଡଳିରେ ସାମିଲି ହୋଇଥିବା ୧୦ଗୋଟି ପଂଚାୟତ ମଧ୍ୟରୁ ବ୍ରହ୍ମବରଦା ଠାରେ ଆଜି ଅପରାହ୍ନରେ ଭାଜପା ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଆକର୍ଷଣ ଭାବରେ ଯୋଗଦେଇ ଦଳୀୟ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଉକ୍ତ ସଭାରେ ଦଳୀୟ ପର୍ଯ୍ୟବେକ୍ଷକ ସମୀର ଦେ, ରାଜ୍ୟ ସାଧାରଣ ସଂପାଦକ ସୁରେନ୍ଦ୍ର ପଣ୍ଡା, ସାଂସଦ ପ୍ରାର୍ଥୀ ଅମୀୟ ମଲିକ, ୩୬ନଂ ଜୋନ ଜିଲା ପରିଷଦ ସଭ୍ୟ ଚତୃଭୂଜ ଦ୍ୱିବେଦୀ, ବରିଷ୍ଣ ନେତା ସୁବୋଧ ଜେନା ପ୍ରମୁଖ ଯୋଗଦେଇ ବିଶ୍ୱ ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ । ଉକ୍ତ ସଭାରେ କେନ୍ଦ୍ରମନ୍ତ୍ରୀ ପୂର୍ବାହ୍ନ ୧୧/୨୦ମିନିଟ୍ରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଏଥି ପାଇଁ ଦଳୀୟ ପ୍ରାର୍ଥୀ ବିଶ୍ୱ ମଲ୍ଲିକ ବ୍ୟାପକ ପ୍ରସ୍ତୁତି କରିଥିଲେ । ହେଲେ ମୁଖ୍ୟ ଅତିଥି ବିଳମ୍ବରେ ପହଁଚିବାରୁ ବହୁ କର୍ମୀ ସଭାସ୍ଥଳ ଛାଡି ପଳାଇ ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ସଭା ସ୍ଥଳରେ ୨/୨୦ ମିନିଟ୍ରେ ପହଁଚିଥିଲେ । ସେତେବେଳକୁ ସଭାର ଉପସ୍ଥାନ ନୈରାଶ୍ୟଜନକ ରହିଥିଲା । ହେଲେ ପୂର୍ବ ନିର୍ବାଚନୀ ସଭା ଭଳି ମୁଖ୍ୟଅତିଥିଙ୍କ ଭାଷଣ ବିରୋଧୀ ବିଜେଡି ପ୍ରତି ସେତେଟା କଠୋର ନଥିଲା । ଶ୍ରୀ ପ୍ରଧାନ ତାଙ୍କ ଭାଷଣରେ ବିଜେଡିକୁ ଟାର୍ଗେଟ କରିବା ବଦଳରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କୁ ସମାଲୋଚନାରେ ସମୀତ ରହିଥିଲେ । ପ୍ରକାଶଥାଉ କି ବିଜେଡି ପକ୍ଷରୁ ଗତ ସପ୍ତାହରେ ବ୍ରହ୍ମବରଦାଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭାଜପାକୁ କଡ୍ଡା ଭାଷାରେ ସମାଲୋଚନା କରିଥିଲେ । ଭାଜପା ପ୍ରାର୍ଥୀ ବିଶ୍ୱ ମଲ୍ଲିକଙ୍କୁ ଭୂବନେଶ୍ୱରରେ ପହଁଚାଇ ନଦେବା ଭଳି କଡ୍ଡା ଟୀପ୍ପଣି ଦେଇଥିଲେ । ଏହାର ଜବାବ ଭାଜପା କର୍ମୀମାନେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନଙ୍କଠାରୁ ଆଶାକରୁଥିଲେ । ହେଲେ ସେଭଳି କିଛି ନ ଘଟିବାକୁ କର୍ମୀମାନଙ୍କ ମନରେ ନୈରାଶ ଭାବ ଦେଖାଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment