ବ୍ରହ୍ମବରଦା ଫାଣ୍ଡିକୁ ନୂତନ ଥାନା ଭାବରେ ମାନ୍ୟତା ମିଳିଲା

Spread the love

ଯାଜପୁର ସଦର, ୨୮ା୦୮ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ୨ଗୋଟି ଫାଣ୍ଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନୂତନ ଥାନାର ମାନ୍ୟତା ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଚାୟତରରେ ଦିର୍ଘଦନି ହେଲା ଫାଣ୍ଡି କରାଯଇଥିବା ବେଳେ, ଜନ ସଂଖ୍ୟାକୁ ଆଖି ଆଗରେ ରଖି ଥାନା କରାଯିବା ଲାଗି ଗଣମାଧ୍ୟମରେ ଦାବିକ କରାଯାଉଥିଲା । ଏହାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବରୀ ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ, ଯାଜପୁର ବିଧାୟକ ବିଜୁ ଜନତା ଦଳର ଯୁବ ସଂଗଠକ ସମ୍ପାଦକ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳକୁ ଫାଣ୍ଡିକୁ ମାନ୍ୟତା ଦେଇଥିବାରୁ ଏହି ଜିଲ୍ଲାରେ ଦୁଇଟି ଥାନା ନୂତନ ଭାବେ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଯାଜପୁର ସାଂସଦ ଶ୍ରମିଷ୍ଠା ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୩୬ଟି ନୂଆ ଥାନାର ମୁଖ୍ୟମନ୍ତ୍ରୀ ମାନ୍ୟତା ଦେଇଥିବାରୁ ଯାଜପୁର ଜିଲ୍ଲାର ଜିଲ୍ଲା ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି । ଅଳକୁଣ୍ଡ, ବ୍ରହ୍ମବରଦା ଫାଣ୍ଡିକୁ ନୂଆ ଥାନା ଭାବରେ ମାନ୍ୟତା ଦିଆଯାଇଛି । ଏହି ଫାଣ୍ଡି ଧର୍ମଶାଳା ଥାନା ଅଧିନରେ ରହିଥିବା ବେଳେ, ୧୦ଟି ପଂଚାୟତର ଜନସାଧାରଣ ଆଇନି ଉପରେ ଭରସା କରନ୍ତି । ବ୍ରହ୍ମବରଦା ପଂଚାୟତର ମମତା ଶୁଭଦର୍ଶିନୀ ଦେଓ ୩୬ ନଂ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ବ୍ରହ୍ମବରଦା ବିଜେଡ଼ି ସଭାପତି ରାକେଶ ଦେଓ, ଯାଜପୁର ଜିଲ୍ଲା ବିଜେଡ଼ି ସହ ସମ୍ପାଦକ ପ୍ରଦିପ ଦାସ, ମହେଶ୍ୱରପୁର ସରପଂଚ ଝରଣା ପାତ୍ର, ଅରାବଳ ପଂଚାୟତ ସରପଂଚ ଦିପ୍ତିପ୍ରଭା ସେଠୀ, ବନ୍ଧଡିହ ସରପଂଚ ବିକ୍ରମ ବେହେରା, ପୂର୍ବତନ ସରପଂଚ ଅମଲତା ଜେନା, ମେହେଶ୍ୱରପୁର ପୂର୍ବତନ ସରପଂଚ ସେକ ଅକ୍ତର ଅଲ୍ଲୀ, ବିଭିନ୍ନ ପଂଚାୟତ ସରପଂଚ ସମିତି ସଭ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି । ବରୀ ବିଧାୟୀକା ସୁନନ୍ଦା ଦାସ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ରାଜସ୍ୱ ବିପର୍ଯୟ ମନ୍ତ୍ରୀ ପ୍ରମିଳା ମଲିକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯାଜପୁର ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ସେହିପିର ଦଶରଥପୁର ବ୍ଲକର ଝୁମ୍ପୁରୀ ବିଟ ହାଉସକୁ ଥାନାର ମାନ୍ୟତା ଦେଇଥିବାରୁ ଏହି ଜିଲ୍ଲାରେ ୩ଟି ନୂତନ କରାଯାଇଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁସାର କାନ୍ତ ବେହେରା, ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର, ଯାଜପୁର ଜିଲ୍ଲାପଳ ଚକ୍ରବର୍ତ୍ତି ସିଂ ରାଠୋର ଏବଂ ବହୁ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସମିତି ସଭ୍ୟ ସରପଂଚ ସମ୍ପାଦକ ଏବଂ ସହ ସମ୍ପାଦକ, ରସୁଲପୁର ବ୍ଲକ ଅଧ୍ୟକ୍ଷ ବିଞ୍ଝାରପୁର ବ୍ଲକ ଅଧ୍ୟକ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନୂତନ ଥାନାର ମାନ୍ୟତା ଏହି ଜିଲ୍ଲାକୁ ମିଳିଥିବାରୁ ଏହି ଜିଲ୍ଲା ଜନ ସାଧାରଣ ମାନେ ମୁଖ୍ୟମନ୍ତ୍ରିଙ୍କୁ କୃତଜ୍ଞତା ଜଣାଇବା ସହିତ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment