ବ୍ରହ୍ମବରଦା ଫାଣ୍ଡିକୁ ଥାନାରେ ପରିଣତ କରାଯିବା ପାଇଁ ଦାବି

Spread the love

ରସୁଲପୁର, ୦୬/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଠାରେ କରାଯାଇଥିବା ଫାଣ୍ଡିକୁ ଥାନାରେ ପରିଣତ କରାଯିବା ପାଇଁ ପୋଲିସ୍ ବିଭାଗର ଡିଜିଙ୍କ ନିକଟରେ ସାଧାରଣରେ ଦାବି କରାଯାଉଚି । ଏହି ଫାଣ୍ଡି ଉପରେ ନିର୍ଭର କରୁଥିବା ୭ଗୋଟି ପଞ୍ଚାୟତର ୩୦ ହଜାରରୁ ଉର୍ଦ୍ଧ ଗ୍ରାମବାସୀ ଆଇନୀ ସହାୟତା ପାଇବା ପାଇଁ ନିର୍ଭର କରୁଥିବା ବେଳେ, ଏହି ଫାଣ୍ଡରେ ୪ ଜଣ ଷ୍ଟାଫରେ ଫାଣ୍ଡି କାର୍ଯ୍ୟ କରାଯାଉଚି । ଯାହାକି କୌଣସି ଜାଗାରେ ଦୃଘଟଣା ଘଟିଲେ ପୋଲିସ ସହାୟତା ନେବା ଲାଗି କୌଣସି ସୁବିଧା ଏହି ଫାଣ୍ଡିରେ ନଥିବାରୁ ଲୋକ ମାନଙ୍କର ସମସ୍ୟା ଦୁର କରିବା ଲାଗି କଷ୍ଟକର ହୋଇ ପଡ଼ୁଚି । ଫାଣ୍ଡିକୁ ସରକାରଙ୍କ ଯୋଗାଇ ଦିଆଯାଇଥିବା ଏକ ବାଇକ୍ ଅଧିକାଂଶ ସମୟରେ ବାଇକ୍ ଟି ଖରାପ ହୋଇଯାଉଥିବାରୁ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚôବା ବିଳମ୍ବ ହେଉଥିବା ଦେଖିବାକୁ ମିଳିଚି । ଯାଜପୁର ଜିଲ୍ଲା ଏସ୍ପି ଚରଣ ସିଂ ମିନ୍ନା ଏସ୍ପି ମହୋଦୟଙ୍କୁ ଏ ଫାଣ୍ଡି ସମ୍ପର୍କରେ ଅବଗତ ଗଣମାଧ୍ୟମରେ କରାଯାଉଥିବା ବେଳେ, ଜିଲ୍ଲା ଏସ୍ପି ଏଥି ପ୍ରତି ଦୃଷ୍ଟି ନଦେବା ଦୁଃଖର ବିଷୟ ଯାହାକି ଏହି ଫାଣ୍ଡିରେ ୪ ଜଣ ଷ୍ଟାଫ୍ ଜଣେ ଏସ୍ଆଇ ଏବଂ ୩ ଜଣ କନେଷ୍ଟବଳରେ ଫାଣ୍ଡି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଚି । ଅନେକ ସମୟରେ ଫାଣ୍ଡିରେ ଷ୍ଟାଫ୍ ନଥିବାରୁ ଡିଉଟିରେ ଯାଇଥିବା ବେଳେ ଅଭିଯୋଗକାରୀ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଡିଜି ଏବଂ ଏସ୍ପି ଏହି ଫାଣ୍ଡିକୁ ଏକ ଜିପ୍ ଦେବା ସହିତ ଜଣେ ସବ୍ଇନିସ୍ପେକ୍ଟର ଦେବା ପାଇଁ ଜିଲ୍ଲା ଏସ୍ପିଙ୍କ ନିକଟରେ ସାଧାରଣରେ ଦାବି କରାଯାଉଚି ।

Report G Das

Related Posts

About The Author

Add Comment