ବ୍ରହ୍ମବରଦା ତାରିଣୀ ଯଜ୍ଞ ଉଦ୍‌ଯାପନ

Spread the love

ଯାଜପୁର ସଦର, ୦୮ା୦୫: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରାଦା ପଂଚାୟତ ତାରିଣୀ ଛକରେ ଥିବା ତାରିଣୀ ପିଠରେ ଯଜ୍ଞକାର୍ଯ୍ୟ କରାଯିବା ସହିତ ବରିଷ୍ଠ ପଣ୍ଡତି ମାନଙ୍କୁ ନେଇ ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କୁରାରୋପଣ କରାଯିବା ସହିତ ଯଜ୍ଞକାର୍ଯ୍ୟ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ତାରିଣୀ ପୂଜା କମିଟି ପକ୍ଷରୁ ଏହି ଯଜ୍ଞକାର୍ଯ୍ୟର ଆୟୋଜନ କରାଯିବା ସହିତ ମାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ସମାଗମକୁ ଆଖିଆଗରେ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ମା ତାରିଣୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଇ ମହାସ୍ନାନ କରାଯିବା ସହିତ ପଣ୍ଡିତ ମାନେ ଯଜ୍ଞକାର୍ଯ୍ୟ ଆରମ୍ଭ କରିଥିଲେ । କର୍ତ୍ତା ବଟୁ ଧାରଣ କରି ମହା ସଂକଳ୍ପ କରିବା ସହିତ ଯଜ୍ଞକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ମାନସିକ ଧାରୀ ମାନେ ମାଙ୍କ ପାଖରେ ନଡ଼ିଆ ଗୁଆ ବସାଇ ମାନସିକ କରିଥିଲେ । ଏହି ଅବସରରେ ଯଜ୍ଞକାର୍ଯ୍ୟ ଶୁକ୍ରବାର ଦିନ ପୂର୍ଣ୍ଣାହୁତି କରାଯାଇଥିଲା । ପୂଜା କମିଟି ପକ୍ଷରୁ ଭକ୍ତମାନେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ମାନଙ୍କୁ ଦର୍ଶନ କରିଥିଲେ ।

Related Posts

About The Author

Add Comment