ବୌତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା  କାନପୁର ବୃହତମ ଜଳ ସେଚନ ପ୍ରକଳ୍ପ ମାଟି ବନ୍ଧ ଦବିଲା

Spread the love
ଯୋଡା, ୧ /୨/୨୬ (ସନ୍ଧାନ ନ୍ୟୁଜ ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ରେ ବୈତରଣୀ ନଦୀ ଉପରେ  ନିର୍ମାଣ ହେଉଥିବା କାନପୁର ବୃହତ୍ ଜଳ ସେଚନ ପ୍ରକଳ୍ପ ର ମ।ଟି ବନ୍ଧ ଦବି ଯାଇଥିବା ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ,ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଂଚି ଥିବା ବେଳେ ବିଭାଗ ପକ୍ଷରୁ ସ୍ଲୁଇସ ଗେଟ୍ ର ନିର୍ମାଣ ଏବଂ ଡିପ୍ଲିସନ୍ ସ୍ଲୁଇସ୍ ର ନିର୍ମାଣ ଚାଲିଛି ।ଏତଦବ୍ୟତୀତ ମୁଖ୍ୟ କେନାଲ ର ମଧ୍ୟ ନିର୍ମାଣ ପର୍ଯ୍ୟାୟ କ୍ରମେ ଚାଲିଛି ।କାନପୁର ଡ଼୍ୟାମ୍ ର ସମ୍ପୂର୍ଣ ଲମ୍ବ ୩୪୬୦ ମିଟର ହୋଇଥିବା ବେଳେ ଏହାର ଉଚ୍ଚତା ୩୯.୫୦ ମିଟର ।ଏହି ବନ୍ଧ ର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡୁ ଥିବା ବେଳେ କାନପୁର ଡ଼୍ୟାମ୍ ର ମାଟି ବନ୍ଧ ଦୁଇଟି ସ୍ଥାନରେ ଦବି ଯାଇ ଥିବା ଦେଖିବାକୁ ମିଳିଛି । ଏ ନେଇ ବିସ୍ଥାପିତ ଜଗନ୍ନାଥ ତିରିଆ,ଭୀମସେନ ବାରିକ,ବିର ବର ମହାନ୍ତ,ପଙ୍କଜ ମହାନ୍ତ,ରମାକାନ୍ତ ମହାନ୍ତ,ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ବିଗତ ସରକାର ଙ୍କ ବନ୍ଧ ରେ ନିମ୍ନ ମାନର କାର୍ଯ୍ୟ ହୋଇ ଥିବାରୁ ଅଧିକ ପାଣି ହୋଇ ଥିବାରୁ ଏପରି ଅବସ୍ଥା ହୋଇଛି ।ବନ୍ଧ ନିର୍ମାଣ ସମୟରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବ୍ଲ।କ ଷ୍ଟୋନ ଲଗାଯିବା ପରିବର୍ତେ ନିମ୍ନ ମାନର ଲୁଣି ପଥର ଲଗା ଯାଇଛି ।ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସତ୍ତ୍ୱେ ମଧ୍ୟ ଠିକା ସଂସ୍ଥା ଅଣଦେଖା କରିଥିବା ସେମାନେ କହିଥିଲେ ।ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ଦବି ଯାଇଥିବା ସ୍ଥାନରେ ପୂର୍ବରୁ ଗ୍ରାମଶ୍ରୀ ମେଢ଼ ରହିଥିଲା ।କାନପୁର ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ପୂଜକ କୁ ପୂଜା ନ କରାଇ ଘଟଗାଁ ରୁ ପୂଜକ ଅ।ଣି ସେ ସମୟରେ  ୧୪୪ ଧାରା ଲଗାଇ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା ।ସେହି କାରଣରୁ ବନ୍ଧ ଭ।ଙ୍ଗୁ ଥିବା ସ୍ଥାନୀୟ ଲୋକଙ୍କ ମନରେ ଏକ ବିଶ୍ୱାସ ରହିଛି ବୋଲି ସେମାନେ କହିଥିଲେ । ଏ ସଂକ୍ରାନ୍ତରେ କାନପୁର ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହେନ୍ଦ୍ର ବେହେରା କହିଛନ୍ତି ଯେ,ଏହାର କାରଣ ଜାଣିବା ପାଇଁ ଏକ ବୈଷୟିକ ବିଶେଷଜ୍ଞ ଦଳ ସମେତ ଡ଼୍ୟାମ୍ ବିଶେଷଜ୍ଞ ଧନେଶ୍ଵର ସ।ହା ଦବି ଥିବା ସ୍ଥାନ ପରିଦର୍ଶନ କରି ଏହାର ମାଟି ପରୀକ୍ଷଣ ପାଇଁ  ମାଟି ନମୁନା ବୁର୍ଲା ସ୍ଥିତ କେନ୍ଦ୍ରୀୟ ପରୀକ୍ଷା ଗାର କୁ ପଠ। ଯାଇଛି ।ଏହି ରିପୋର୍ଟ କୁ ଆଧାର କରି ପଦକ୍ଷେପ ନିଆ ଯିବ ।

Related Posts

About The Author

Add Comment