ବୈପାରିଗୁଡାରେ ନୂତନ ଥାନା ଅଧିକାରୀ ଭାବେ ରମେଶ କୁମାର ଦେବର୍ତ୍ତା ଯୋଗଦେଲେ

Spread the love
ବୈପାରିଗୁଡା,୨୯ /୨(ସନ୍ଧାନ ନିଉଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ ରମେଶ କୁମାର ଦେବର୍ତ୍ତା ଯୋଗ ଦାନ କରିଛନ୍ତି ।ପୂର୍ବତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଅମିତାଭ ଦାଶ୍ କୋରାପୁଟ ଜିଲ୍ଲାର ଜୟପୁର ସଦର ଥାନା କୁ ବଦଳି ପରେ ଶ୍ରୀଯୁକ୍ତ ରମେଶ କୁମାର ଦେବର୍ତ୍ତା ବୈପାରିଗୁଡା ଥାନା ରେ ଯୋଗ ଦେଇଛନ୍ତି ।ଶ୍ରୀଯୁକ୍ତ ରମେଶ କୁମାର ଦେବର୍ତ୍ତା ଏହା ପୂର୍ବରୁ କୋରାପୁଟ ସଦର ଥାନା ରେ ଦକ୍ଷତା ର ସହ କାର୍ଯ୍ୟ କରି ଆସିଛନ୍ତି ।ଶ୍ରୀଯୁକ୍ତ ଦେବର୍ତ୍ତା ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ,ବୈପାରିଗୁଡା ଥାନା ଅଞ୍ଚଳରେ ପ୍ରଥମେ ଆଇନକାନୁନ ବ୍ୟବସ୍ଥା କୁ ତଦାରଖ କରିବା ସାଙ୍ଗକୁ ରାସ୍ତା ଘାଟରେ ମଦ ପିଇ ବିଶୃଙ୍ଖଳା କରୁଥିବା,ରୋଡ଼ ରୋମିଓ,ଚୋରା ମଦ କାରବାର ରୋକିବା ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସେ କାର୍ଯ୍ୟ କରିବେ ବୋଲି ଆନ୍ତରିକତା ସହ ପ୍ରକାଶ କରିଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା,  ବୈପାରିଗୁଡା

Related Posts

About The Author

Add Comment