ବୈପାରିଗୁଡା ୨୫/୪ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ରାମଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ୬ଟା ବେଳେ ରାମଗିରି ହାଟପଦା ନିକଟରେ ଥିବା ଏକ ହୋଟେଲରେ କୌଣସି କାରଣ ରୁ ଅଗ୍ନିକାଣ୍ଡ ଘଟି ହୋଟେଲ ଟି ସମ୍ପୂର୍ଣ୍ଣ ପଡିଯାଇଥିବା ଜଣାପଡ଼ିଛି ।ଏହି ଘଟଣା ବୈପାରିଗୁଡା ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭେଇବା ପାଇଁ ପଦକ୍ଷେପ ନେଇଥିବା ଜଣାପଡିଛି | ଏଥିରେ କୌଣସି ଜୀବନ କ୍ଷତି ହୋଇ ନ ଥିବା ବେଳେ ହୋଟେଲ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ରିପୋର୍ଟ – ସରୋଜ କୁମାର ଲେଙ୍କା ।
ବୈପାରିଗୁଡା: ହୋଟେଲରେ ଅଗ୍ନିକାଣ୍ଡ
|
April 25, 2019 |



