ବୈପାରିଗୁଡା: ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ

Spread the love

ବୈପାରିଗୁଡା,୩/୪ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ସ୍ଥାନୀୟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ  ପିଲାମାନଙ୍କ ମଧ୍ୟରେ ଶିକ୍ଷା ସଚେତନତା କରାଯିବା ସହ ଅବିଭାବକମାନଙ୍କୁ ମଧ୍ୟ ସଚେତନତା ସୃଷ୍ଟି କରାଯାଇଛି । ସାଧାରଣ ଲୋକେ ଏନେଇ ସଚେତନ ହେବା ସହ ସେମାନଙ୍କ ପିଲାମାନଙ୍କୁ ପାଠ ପଢାଇବା ଉଚିତ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଫ୍ଲାଗ୍ କାର୍ଡ ଧରି ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବୈପାରିଗୁଡା ସହର ପରିକ୍ରମା କରି ସଚେତନ କରାଇଥିଲେ । ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ, ଶିଶୁ ହସିଲେ ଦେଶ ହସିବ, ଜାତି ଅଜାତି ଭେଦ ଭାବ ନାହିଁ, ଗୁଣାତ୍ମକ ଶିକ୍ଷା ସଭିଁଙ୍କ ପାଇଁ, ଶିଶୁଟିକୁ ଶିକ୍ଷା ସଭିଏଁ ଦେବା ନାମଲେଖା ପାଇଁ ଗାଁ ସ୍କୁଲକୁ ଯିବା, ଦଣ୍ଡ ଭୟ ନାହିଁ ପାଠପଢାରେ ସ୍କୁଲ ଯିବା ଆମେ ହସ ଖୁସିରେ, ପ୍ରବେଶ ଉତ୍ସବ ବିଦ୍ୟାଳୟେ ପାଳନ ଶିଶୁ ନାମ ଲେଖା ଆମ ଆହ୍ୱାନ, ଶିଶୁ ଅଧିକାର ମୌଳିକ ଶିକ୍ଷା ସବୁ ବିପଦରୁ କରଇ ରକ୍ଷା, ସୁନ୍ଦର ଶିକ୍ଷିତ ସମାଜ ପାଇଁ ନାଁ ଲେଖାଅ ବିଦ୍ୟାଳୟକୁ ଯାଇ, ଶିକ୍ଷା ଅଧିକାର ଆଇନ୍ ପାଇଁ ଅପାଠୁଆ ଆର ରହିବେ ନାହିଁ ଆଦି ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିରେଖା ଖିଲାଡିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କୁ ଦୈନିକ ବିଦ୍ୟାଳୟ ପଠାଇବା ସହ ସେମାନଙ୍କର ସମସ୍ତ କାର୍ଯ୍ୟକଳାପରେ ଅବିଭାବକମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିରେଖା ଖିଲାଡି,ଶିକ୍ଷୟିତ୍ରୀ ସଙ୍ଗୀତା ପାଣିଗ୍ରାହୀ, ସଂଘମିତ୍ରା ଭୋଇ,ଜ୍ୟୋତି ମିଶ୍ର,ମାଲେଶ୍ୱରୀ ପଣ୍ଡା,ସୁଭଦ୍ରା ସ୍ୱାଇଁ,ସୁଜାତା ପଣ୍ଡା,ଶୁଭଶ୍ରୀ ସେଠୀ,ସୌଭାଗ୍ୟବତୀ ମିଶ୍ର,ତାଇମତୀ ନନ୍ଦିବାଲି, ଶିକ୍ଷକ ଲକ୍ଷ୍ମୀ ନାରାୟଣ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment