ବେଙ୍ଗପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡ଼ ପାଉଁଶ

Spread the love

ଯାଜପୁର ସଦର, ୧୮/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ରଇପୁର ପଂଚାୟତ ବେଙ୍ଗପୁର ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ୍ୟାଧିକ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ବେଙ୍ଗପୁର ଗ୍ରାମରେ ବିଲମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୪ଟି ପରିବାରର ୭ ଟି ବଖରା ଜଳିଯିବା ସହିତ ଗୋଟିଏ ବାଛୁରୀ ୬ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ରିପୋର୍ଟ ଲେଖାହେବା ବେଳକୁ ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ ଅଗ୍ନିକାଣ୍ଡ ସାହୁ ପରିବାରରେ ଘଟିବାରୁ ଖବର ପାଇଁ ବରୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ନିଆଁକୁ ଆୟତ କରିଥିବା ବେଳେ, ଏହି ବିପନ୍ନ ପରିବାର ଖୋଲା ଆକାଶ ତଳେ ଦିନ ନେଉଥିବା ଜଣାଯାଇଚି । ଏହି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି କରାଯାଉଚି । ଅଗ୍ନିବିପନ୍ନ ପରିବାର ବିକଳି ସାହୁ, କୃଷ୍ଣଚନ୍ଦ୍ର ସାହୁ, ସନାତନ ସାହୁ, ରାମଚନ୍ଦ୍ର ସାହୁ ବୋଲି ଜଣାଯାଇଚି । ସାହୁ ପରିବାର ଖାଇସାରି ଘରେ ଶୋଇଥିବା ବେଳେ, ରାତି ୧୨ଘଟିକା ସମୟରେ ତାଙ୍ ଘର ଜଳୁଥିବା ଦେଖିବାକୁ ପାଇଥିଲେ । ବିପନ୍ନ ପରିବାର ଗ୍ରାମବାସୀଙ୍କୁ ଡାକ ପକାଇବାରୁ ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଁଞ୍ôଚ ବରୀ ଦମକଳକୁ ଫୋନ କରିଥିଲେ । ଘର ମଧ୍ୟରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ରହିôତବା ବେଳେ, ସମ୍ପୁର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଚି । ଗୁହାଳେ ନିଆଁ ଲାଗି ଯିବାରୁ ଗୋଟିଏ ବାଛୁରୀ ୬ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଚି । ଗୋଟିଏ ଗାଈ ଗୋଟିଏ ବାଛୁରୀ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାଯାଇଚି । ଖବର ପାଇ ଘଟଣା ସ୍ଥଳରେ ମୁଷାଟିକିରୀ ରାଜସ୍ୱ ନିରୀକ୍ଷକ ପହଁଞ୍ôଚ ବିପନ୍ନ ପରିବାର ମାନଙ୍କୁ ପଲିଥିନ ପାଲ ସହିତ ଆବଶ୍ୟକିୟ ସହାୟତା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବୀ ଅନୁଷ୍ଟାନ ବିପନ୍ନ ପରିବାରକୁ ପାଣି ପାଉଚ, ଚୁଡ଼ା, ବିସ୍କୁଟ, ଶୀତ ବସ୍ତ୍ର ଯୋଗାଇଛନ୍ତି । ବିଦ୍ୱୁତ ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଚି ।

Related Posts

About The Author

Add Comment