ବେଆଇନୀ କଳା ପଥର ଖାଦାନରେ ମେସିନଉପରେ ଅତଡ଼ା ଖସି ପଡି ଶିଶୁ ଶ୍ରମିକ ସହିତ ଅପରେଟର ମୃତ୍ୟୁ

Spread the love

ଜେନାପୁର ୩୧/୦୫/(ସନ୍ଧାନ ନିଉଜ୍)-ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ଚଡେଇଧରାର ଲୁଣିବର ମୌଜା ପଥର ଖାଦାନରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକ ସହିତ ଅପରେଟର ଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।ସୂଚନା କିଛି ଦିନ ତଳେ ବେଆଇନ ଡଂକାରୀ ପାହାଡ଼ରେ ଶ୍ରମିକ କ ମୃତ୍ୟୁ କୁ ନେଇଲୋକଙ୍କ ମନରେ ଭୟ କମି ନଥିବା ବେଳେ ଗତକାଲି ଲୁଣିବର ମୌଜାର ବେଆଇନ କଳାପଥର ପଥର ଖାଦାନରେ ବିଳମ୍ବିତ ରାତିରେ ମେସିନୀ ଲଗାଇ କାମ କରୁଥିବା ଅବସ୍ଥାରେ ମାଟି ଅତଡ଼ା ଖସି ପଡିବାରୁ ମେସିନୀରେ କାମ କରୁଥିବା ଚାଳକ, ଓ ଶିଶୁ ଶ୍ରମିକର ମୃତ୍ୟୁ ହୋଇଛି। କଟକ ବଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଉକ୍ତ ଶିଶୁ ଶ୍ରମିକ ନାମ ଗେଙ୍ଗୁଟିଆ ଗ୍ରାମର ଗୁରିଆ ରାଉତଙ୍କ ପୁଅ ଅପୁ ରାଉତ। ବୋଲି ଜଣା ପଡ଼ିଛି ଓ ମେସିନୀ ଅପରେଟର ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଗ୍ରାମର ଶାନ୍ତୁନ ଖିଲାର ବୋଲି ଜଣା ପଡ଼ିଛି ।ଏକ ସପ୍ତାହ ପୂରି ନଥିବା ଡଂକାରୀ ବେଆଇନୀ ଖାଦାନରେ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣିଲୁଣିବର ଖଦାନରେ ୨ ଜଣଙ୍କର ମୃତ୍ୟୁ ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ବେଆଇନୀ ଖାଦାନରେ ଦ୍ରୁଘଟଣା ଘଟୁଥିବା ବେଳେ ପ୍ରଶାସନ ଏହାକୁ ରୋକ ଲଗାଇବାକୁ ବିଫଳ!ଏଠାରେ ପ୍ରଶ୍ନ ଉଠୁଛି କିପରି ଭାବରେ ବେଆଇନୀ ଭାବରେ ଖଣି ଖାଦାନ ଚାଲୁଛି!ଶିଶୁ ଶ୍ରମିକ ମାନଙ୍କୁ କିପରି ଭାବରେ ବେଆଇନୀ ଖଣି ଖାଦାନରେ ନିଯୋଜିତ କରାଯାଉଛି ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି! ଶ୍ରମିକ ମାନଙ୍କୁ ଖଣି ଖାଦାନରେ କାମ କରିବାକୁ ପଞ୍ଜିକରଣ କରିବାକୁ ନନିୟମ ରହିଥିବା ବେଳେ କିପରି ଶିଶୁ ଶ୍ରମିକ ନିୟୋଜିତ ହୋଇଥିଲେ!ଏହା ଉପରେ ଜିଲ୍ଲାପାଳ କଡା ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ଜେନାପୁର ଥାନା ପୋଲିସ ଘଟଣା ସ୍ଥଳେ ରେ ପହଞ୍ଚି ତଦନ୍ତ ଜାରୀରଖି ଥିବା ଜଣା ପଡ଼ିଛି।

Related Posts

About The Author

Add Comment