ଯାଜପୁର, ୧୯/୮ (ସନ୍ଧାନ ନିୟୁଜ) ବଡ ବଡ ସହରରେ ଯୁବପିଢିଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଥଇବା ବେଆଇନ ସେକ୍ସ ରାକେଟ ଏବେ ଯାଜପୁର ଜିଲାରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଏପରି ଏକ ସେକ୍ସ ରାକେଟକୁ ପୁଲିସ ଧରିବାରେ ସଫଳ ହେବା ଦେଖିବାକୁ ମିଳିଛି । ଜାରକା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍। ପୁଲିସ ଉକ୍ତ ଘରେ ଚଢ଼ଉ କରି ରାଣୀ ମହୁମାଛି ସହ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍, ୭ଟି ମୋବାଇଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।ପୁଲିସ ୨ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଏବଂ ୩ ଜଣ ଗ୍ରାହକ ସୌମ୍ୟଶ୍ରୀ ଜେନା, ମହେନ୍ଦ୍ର ମଲ୍ଲିକ ଓ ଲିପୁ ମଲିକଙ୍କୁ ପୁଲିସ ଗିରଫ କରିଥିଲା।
ବେଆଇନ ସେକ୍ସ ରାକେଟର ରାଣୀ ମହୁମାଛି ସହ ଜଣେ ଦେହଜୀବୀ ଉଦ୍ଧାର; ୫ ଗିରଫ
|
August 19, 2019 |
