ବୃନ୍ଦାଦେଈପୁରରେ ବିଶ୍ୱଶାନ୍ତି ଗୀତାଯଜ୍ଞ ଉଦ୍ୟାପିତ

Spread the love

ଯାଜପୁର ୨୦/୦୩ (ସନ୍ଧାନ ନିୟୁଜ) ସମଗ୍ର ଅଞ୍ଚଳରେ ଶାନ୍ତି ଓ ସଂହତିର ଅପୂର୍ବ ବାତାବରଣ ସୃଷ୍ଟି କରିବା ନିମିତ୍ତ ଯାଜପୁର ଜିଲ୍ଲାରଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁରର ସୋମବାର ହାଟ ପଡିଆସ୍ଥ ପଞ୍ଚଦଶ ଜୁନାଆଖଡାକେ ନାଗା ବାବା, ପରମାନନ୍ଦ ପୁରୁଜୀଙ୍କ ଶାଖା ଆଶ୍ରମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱଶାନ୍ତି ଗୀତାଯଜ୍ଞ ଯଥାବିଧି ବୈଦିକରୀତି ମତେ ଉଦ୍ୟାପିତ ହୋଇଯାଇଛି । ବୃନ୍ଦାଦେଈପୁର ଗ୍ରାମବାସୀମାନଙ୍କ ପୂର୍ଣ ସହଯୋଗକ୍ରମେ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ଯଜେ୍ଞାସôବରେ ପଣ୍ଡିତ ହୃଷିକେଶ ପଣ୍ଡା,ଲକ୍ଷ୍ମୀଧର ପଣ୍ଡା,ସୁଦର୍ଶନ ପଣ୍ଡା,ତ୍ରିଲୋଚନ ପଣ୍ଡା,ବିଶ୍ୱଜିତ୍ ପଣ୍ଡା ଓ ଦୁର୍ଗାଦତ୍ତ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଙ୍କୁରାରୋପଣ,କଳସ ଯାତ୍ରା,ସୂର୍ଯ୍ୟ ପୂଜା,ଗୋ ପୂଜା,ଅଗ୍ନି ସ୍ଥାପନ,ଗୀତା ପାଠ,ଷୋଡଶ ଉପଚାର ପୂଜା,ସ୍ତୋତ୍ର ପାଠ,ପୂର୍ଣ୍ଣାହୁତି ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକ ସୂଚାରୁ ରୂପେ ସଂପାଦିତ ହୋଇଥିଲା । ଏହି ଅବସରରେ ଯଜ୍ଞ ପୀଠ ପରିସରକୁ ସୁସଜ୍ଜିତ କରାଯିବା ସହ ପ୍ରତ୍ୟହ ସନ୍ଧ୍ୟାରେ ଦଇପୁର ସଂକୀର୍ତ୍ତନମଣ୍ଡଳୀ ଦ୍ୱାରା ଶ୍ରୀହରିନାମ ପରିବେଷଣ, କାର୍ଯ୍ୟକ୍ରମଟିକୁ ଖୁବ୍ ଉସ୍ôବ ମୂଖର କରାଇପାରିଥିଲା । ଅନ୍ତିମ ଦିବସରେ ପ୍ରସାଦ ସେବନ ଓ ଚରୁବଣ୍ଟନର ସୁବ୍ୟବସ୍ଥା କରାଯାଇଥିଲା । ଏହାକୁ ଉପଭୋଗ କରିବାକୁ ଆଖାପାଖ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ସୂଚନା ଥାଉ କି,ଉକ୍ତ ଯଜେ୍ଞାସôବ ୧୯୮୧ ମସିହା ଠାରୁ ଆଶ୍ରମର ଟୁରିବାବା ଓ ଅଞ୍ଚଳବାସୀଙ୍କ ସହାୟତାରେ କିଛି ବର୍ଷ ଧରି ଆୟୋଜତ ହୋଇଥିଲା । କିନ୍ତୁ ବାବାଙ୍କ ମୃତୁ୍ୟପରେ ସେବେଠାରୁ ଅଦ୍ୟାବଧି ଏହା ଅଞ୍ଚଳର ବଦାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହୋଇଆସୁଅଛି ।

Related Posts

About The Author

Add Comment