ବୁର୍ଲା ମେଡିକାଲରେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ

Spread the love

ବୁର୍ଲା, ୨୦/୧୦ (ସନ୍ଧାନ ନିଉଜ)  : ସମ୍ବଲପୁର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ସମ୍ବଲପୁର ମଣ୍ଡଳ କାରାଗାରର କଏଦୀ ପ୍ରକାଶ ସୁନା। ସେ ବିଭିନ୍ନ ଡକାୟତି ମାମଲାରେ ଜେଲରେ ସଜା କଟୁଥିଲେ। ଶନିବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ରବିବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Posts

About The Author

Add Comment