ଜେନାପୁର (ସନ୍ଧାନ ନ୍ୟୁଜ୍); ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତସ୍ଥିତ ବୁରୁସାହିରେ ସମାଜସେବୀ,ଅଧ୍ୟାପକ ସନ୍ତୋଷ କୁମାର ଦାଶ ଓ ଗୋପବନ୍ଧୁ ପ୍ରେସ୍ କ୍ଲବ୍ ମିଳିତ ଆନୁକୂଲ୍ଯରେ ମହାନ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମ କରି ଆଦିବାସୀ ଭାଈଭଉଣୀ ଓ କୁନିକୁନି ପିଲାମାନଙ୍କୁ ନେତାଜୀଙ୍କ ବିଷୟରେ ଶ୍ରୀ ଦାଶ ଗୁଣଗାରିମା ବର୍ଣ୍ଣନା କରିଥିଲେ । ସେ ବକ୍ତବ୍ଯରେ କହିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ମହାନ ପୁରୁଷ ଓ ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ । ଓଡିଶାର କଟକ ଜିଲ୍ଲା ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଓ କଟକ ରେଭେନ୍ସା କଲେଜରୁ ସ୍ନାତକତା ହାସଲ କରିଥିଲେ । ନେତାଜୀ ଜର୍ମାନୀର ବନ୍ଦୀ ଭାରତୀୟଙ୍କୁ ନେଇ ଆଜଦ୍ ହିନ୍ଦ ଫୌଜ ଗଠନ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଦ୍ୱାରା ଆଜି ମଧ୍ୟ ଅନେକ ଭାରତୀୟ ପ୍ରଭାବିତ ହୋଇଛନ୍ତି । ପରେ ପରେ ତାଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପୂଜା ଅର୍ଚ୍ଚନା କରାଯାଇଥିଲା । ନେତାଜୀଙ୍କ ପରି ମହାନପୁରୁଷଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହେବାକୁ ବୁରୁସାହିର ଗ୍ରାମବାସୀ ଓ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ତାଙ୍କ ନୀତିଆଦର୍ଶରେ ଚାଲିବା ପାଇଁ ଜୟଗାନ ଦେଇଥିଲେ । ଏହି ଦିବସରେ ପ୍ରେସ୍ କ୍ଲବ୍ ର ସଭାପତି ବସନ୍ତ କୁମାର ମଲ୍ଲିକ,ସମ୍ପାଦକ ଚିତ୍ରସେନ ନାଥ,ସହ ସମ୍ପାଦକ ନିଷ୍କାନ୍ତ ଖଟୁଆ,ଉପଦେଷ୍ଟା ଅମର କୁମାର ଭୂୟାଁ,ଯୁବ ସାମ୍ବାଦିକ ଅସୀତ କୁମାର ନାୟକ,ବରିଷ୍ଠ ସାମ୍ବାଦିକ ସଙ୍କର ପ୍ରତାପ ଦାସ ଓ ସମାଜସେବୀ ଲାଲୁ ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ବୁରୁସାହିରେ ୧୨୮ତମ ନେତାଜୀ ଜନ୍ମଜୟନ୍ତୀ ପାଳିତ ।
|
January 23, 2025 |