ବୁଗୁଡ଼ା ରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି

Spread the love

ବୁଗୁଡ଼ା – ୧୦/୨ /୨୬ (ସନ୍ଧାନ ନ୍ୟୁଜ ) : ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୭୧ ଟି ବ୍ୟକ୍ତିଗତ ଅଭିଯୋଗ ହେଇଥିବା ବେଳେ ୨୪ଟି ସାମୂହିକ ଅଭିଯୋଗ ରହିଥିଲା । ସେହିପରି ୧୫ଟି ଅଭିଯୋଗ ର ତତକ୍ଷଣାତ୍ ସମାଧାନ କରାଯାଇଥିଲା । ରେଡକ୍ରସ୍ ପାଣ୍ଠି ରୁ ୯ ଜଣ ଙ୍କୁ ସହାୟତା ରାଶି ବାବଦ ରେ ୫୫,୦୦୦ ଟଙ୍କା ଏବଂ ୫ଜଣ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ,ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ,ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ୱାସନ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଶିବିର ରେ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଶୁଣିବା ସହ ନୂତନ ପଟ୍ଟା ବଣ୍ଟନ କରିଥିଲେ । ଜନଶୁଣାଣୀ ରେ ମୁଖ୍ୟତଃ ମଧୁବାବୁ ପେନସନ , ପିଏମ୍ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନା ରେ ଗୃହ ବଣ୍ଟନ , ରାସନ କାର୍ଡ , ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା  ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନିଲ କୁମାର କେରକେଟା , ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମା ଶଙ୍କର ବେହେରା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଭଞ୍ଜନଗର ଶ୍ରୀ ରଞ୍ଜନ କୁମାର ଦେ , ବୁଗୁଡ଼ା ବିଡ଼ିଓ ଶ୍ରୀ ଦ୍ଵିତି କୃଷ୍ଣ ପାତ୍ର, ଏବିଡ଼ିଓ ଶ୍ରୀ ଧର୍ମରାଜ ପରିଡ଼ା ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଉଥିଲେ । ବୁଗୁଡ଼ା ବ୍ଲକ କାର୍ଯ୍ୟଳୟରେ କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନା ରେ ସହଯୋଗ କରିଥିଲେ  ଅଭିଯୋଗ ଶୁଣାଣି ଶିବିର ଶେଷ ହେଲାପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଙ୍କ ସହିତ ବୁଗୁଡ଼ା ରେ ବିଭିନ୍ନ ପୁରାତନ ଐତିହ୍ୟ ସ୍ଥଳକୁ ଯାଇ ସେଗୁଡ଼ିକର ଉନ୍ନତିକରଣ ସମ୍ବନ୍ଧ ରେ ସବିଶେଷ ଆଲୋଚନା କରିଥିଲେ ।

Related Posts

About The Author

Add Comment