ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Spread the love

ବଡ଼ଚଣା,୨୯/୦୭(ସନ୍ଧାନ ନିୟୁଜ/ଅନୀତା ବେହେରା) ବଡ଼ଚଣା ବ୍ଲକ ଅନ୍ତର୍ଗତ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ନୁତନ ଭାବରେ ନାମ ଲେଖାଇ ଥିବା +୨ କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧକ୍ଷ୍ୟ ପ୍ରଫେସର ସତ୍ୟବ୍ରତ ପୃଷ୍ଟିଙ୍କ ସଭାପତିତ୍ୱ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ପବିତ୍ର ମୋହନ ମାହାଲା, ଜସ୍ମିନ ପଟନାୟକ, ବ୍ରଜକିଶୋର ସ୍ୱାଇଁ, ପ୍ରମୋଦ କୁମାର ଖଣ୍ଡାୟୀ, ବିମଳେନ୍ଦୁ ପଟନାୟକ, ଭାଗ୍ୟଧର ନାୟକ, ସଞ୍ଜିତ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ମୁଦୁଲି, ସାନ୍ତନୁ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ସହିତ ପିତା ମାତା ଗୁରୁଜନ ମାନଙ୍କୁ ସମ୍ମାନ ଦେବା ସହିତ ନିଜର କର୍ତ୍ତବ୍ୟବୋଧ ଅଧ୍ୟବସାୟ, ସମୟାନୁବର୍ତ୍ତିତା,ଶୃଙ୍ଖଳା, ଓ ଅନୁଶାସନ ସହିତ ଅଧ୍ୟୟନ କଲେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ ବୋଲି କହିଥିଲେ । ଲକ୍ଷ ସ୍ଥିର ଓ ଅଧ୍ୟବସାୟ ବଳରେ ଛାତ୍ରଛାତ୍ରୀ ମାନେ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ ବୋଲି କହିବା ସହିତ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ସମ୍ମାନ ବଢାଇବା ସହିତ ଉତ୍ତମ ଶିକ୍ଷା ଗ୍ରହଣ ପାଇଁ ବିଭିନ୍ନ ପ୍ରକାରର ହିତୋପଦେଶ ଦେଇଥିଲେ । ଶେଷରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ନୋଟଖାତା, ପେନ ଓ ଦୈନିକ ରୁଟିନ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ନିତୀ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଜଣେ ଜଣେ ଭଲ ବିଦ୍ୟାର୍ଥୀ ହେବା ପାଇଁ ଗୁରୁଜୀଙ୍କର ଆର୍ଶୀବାଦ କାମନା କରିଥିଲେ ।

Related Posts

About The Author

Add Comment