ବିଷ ପିଇ ଯୁବକର ଆତ୍ମହତ୍ୟା ଉଦ୍ୟମ, ପରିବାର କଳହ ସନ୍ଦେହ

Spread the love

ସୁନ୍ଦରଗଡ ତା:୨୯/୩/୨୦୨୨(ସନ୍ଧାନ ନିଉଜ/ରାଜୁ ପଟେଲ ) ତଲସରା ଥାନା ଅନ୍ତର୍ଗତ ତୁମଳିଆ ଗ୍ରାମର ସୁମନ ପ୍ରଧାନ(୩୫ବର୍ଷ) ନାମକ ଯୁବକ ଆଜି ସ୍ଥାନୀୟ ବସ ଷ୍ଟାଣ୍ଡରେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ସୂଚନା ଅନୁସାରେ ଅନେକ ଦିନରୁ ତାଙ୍କର ନିଜ ସ୍ତ୍ରୀ ସହିତ କଳହ ଲାଗି ରହିଥିଲା । କିଛିଦିନ ପୂର୍ବେ ସେ ତାଙ୍କ ସ୍ତ୍ରୀ ସବିତା ପ୍ରଧାନଙ୍କ ସହିତ କରଜ ବାବଦକୁ କେନ୍ଦ୍ରକରି ଝଗଡା ହେବାକଥା ସାମ୍ନାକୁ ଆସିଛି । ଏହି ବିବାଦକୁ କେନ୍ଦ୍ର କରି ସୁମନଙ୍କ ସ୍ତ୍ରୀ କିଛିଦିନରୁ ତାଙ୍କ ବାପା ଘରକୁ ଚାଲିଯାଇଥିଲେ । ଗତକାଲି ସେ ତାଙ୍କ ସ୍ତ୍ରୀ ଙ୍କୁ ଫେରାଇବାକୁ ଯାଇ ନିରାଶ ହୋଇ ଫେରିବାରୁ ଏହି ନିକୃଷ୍ଟ ଉଦ୍ୟମ କରୁଥିବା ଜଣାପଡିଥିଲା ।ମାତ୍ର ସ୍ଥାନୀୟ ଯୁବକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟତମ ସବଡେଗା ଚିକିତ୍ସାଳୟକୁ ୧୦୮ଆମ୍ବୁଲାନ୍ସ ଯୋଗେ ପଠାଇ ଚିକିତ୍ସା କରାଇଥିଲେ । ସେ ଏବେ ବିପଦମୁକ୍ତ ଥିବା ସୁତ୍ରରୁ ଜଣାପଡିଛି ।

Related Posts

About The Author

Add Comment