ବିଶ୍ୱକପ୍‌: ରୋହିତ ଶର୍ମାଙ୍କ ଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୧୮୮/୨

Spread the love

ବର୍ମିିଂହାମ, , ୩୦/ ୬ (ସନ୍ଧାନ ନିୟୁଜ) : ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ରୋହିତ ୧୦୬ଟି ବଲ ଖେଳି ୧୫ଟି ଚୌକା ସହାୟତାରେ ଏହି ରନ୍‌ କରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ରବିବାର ଭାରତ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩୫ ଓଭରରେ ୨ଟି ଓ୍ଵିକେଟ ହରାଇ ୧୮୮ ରନ୍‌ କରିଛି। ଅଧିନାୟକ ଋଷଭ ପନ୍ତ ଓ ରୋହିତ ଶର୍ମା କ୍ରିଜ୍‌ରେ ଅଛନ୍ତି।

ଇନିଂସ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଥିଲା। ଟିମ୍‌ ୮ ରନ୍‌ରେ ଲୋକେଶ ରାହୁଲ (୦ରନ୍‌)ଙ୍କୁ ହରାଇଥିଲା। କ୍ରିସ୍‌ ଓ୍ଵକସ୍‌ଙ୍କ ବଲରେ ରାହୁଲ ଆଉଟ ହୋଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୩୩୭ ରନ୍‌ କରିଥିଲା। ଅଧିନାୟକ ବିରାଟ କୋହଲି (୬୬ ରନ୍‌, ୭୬ ବଲ, ୭ ଚୌକା) ୨ୟ ଓ୍ଵିକେଟରେ ରୋହିତ ଶର୍ମାଙ୍କ ସହିତ ଶତକୀୟ ଭାଗିଦାରୀ (୧୩୮ ରନ୍‌) ହୋଇପାରିଥିଲେ। ଲିଆମ ପ୍ଲଙ୍କେତଙ୍କ ବଲ ଜେମସ୍‌ ଭିନସ୍‌ଙ୍କୁ କ୍ୟାଚ୍‌ ଦେଇ କୋହଲି ଆଉଟ୍‌ ହୋଇଥିଲେ।

Related Posts

About The Author

Add Comment