ନଟିଂହାମ୍, ୨୦/୬ (ସନ୍ଧାନ ନିୟୁଜ) : ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଦଷଦ) ବିଶ୍ୱକପ୍ର ୨୬ତମ ମ୍ୟାଚ୍ରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ଖେଳାଳିମାନେ ରନ୍ ବର୍ଷା କରିଛନ୍ତି। ଓପନର ଡେଭିଡ ଓ୍ଵାର୍ଣ୍ଣର, ଆରୋନ୍ ଫିଞ୍ଚ ଓ ଉସ୍ମାନ ଖଓ୍ଵାଜା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ନଟିଂହାମ୍ସ୍ଥିତ ଟ୍ରେଣ୍ଟବ୍ରିଜ୍ ଷ୍ଟାଡିୟମ୍ରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍ ଆରମ୍ଭରୁ ଧୈର୍ଯ୍ୟର ସହିତ ଖେଳିଥିଲା ଏବଂ ପ୍ରଥମ ଓ୍ଵିକେଟ୍ରେ ୧୨୧ ରନ୍ ଯୋଡ଼ିଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୮୧ ରନ୍ ସଂଗ୍ରହ କରିବା ପରେ ବାଂଲାଦେଶକୁ ବିଜୟ ପାଇଁ ୩୮୨ ରନ୍ ଟାର୍ଗେଟ ମିଳିଛି।
ଆରୋନ୍ ଫିଞ୍ଚ ଆଉଟ୍ ହେବା ପରେ ଡେଭିଡ ଓ୍ଵାର୍ଣ୍ଣର ଓ ଉସମାନ୍ ଖଓ୍ଵାଜା ଦ୍ୱିତୀୟ ଓ୍ଵିକେଟ୍ରେ ୧୯୨ ରନ୍ ଭାଗିଦାରୀ ହୋଇପାରିିଥିଲେ। ବାଂଲାଦେଶର ୬ ଜଣ ବୋଲର ବୋଲିଂ କରିଥିଲେ ମଧ୍ୟ ସୌମ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟସ୍ମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲେ। ସୌମ୍ୟ ସରକାର ଓପନର ସମେତ ଉସମାନ ଖଓ୍ଵାଜାଙ୍କୁ ଆଉଟ୍ କରିଥିଲେ। ଅଷ୍ଟ୍ରେଲିଆ ମାତ୍ର ୩ ରନ୍ (୩୫୨ରୁ ୩୫୪ ରନ୍ ମଧ୍ୟରେ)ରେ ୩ ଜଣ ଖେଳାଳି (ମେକ୍ସେଓ୍ଵଲ, ଖଓ୍ଵାଜା ଓ ସ୍ମିଥ)ଙ୍କୁ ହରାଇଥିଲା।
ଆରୋନ ଫିଞ୍ଚ: କ-ରୁବେଲ-ବୋ-ସୌମ୍ୟ, ୧୬୬ ରନ୍, ୧୪୭ ବଲ, ୧୪ ଚୌକା, ୫ ଛକା
ଡାଭିଡ ଓ୍ଵାର୍ଣ୍ଣର: କ-ରୁବେଲ-ବୋ-ସୌମ୍ୟ, ୫୩ ରନ, ୫୧ ବଲ, ୯ ଚୌକା, ୨ ଛକା
ଉସ୍ମାନ ଖଓ୍ଵାଜା: କ-ରଶ୍ମୀ-ବୋ-ସୌମ୍ୟ, ୮୯ ରନ, ୭୨ ବଲ, ୧୦ ଚୌକା
ଗ୍ଲେନ ମେକ୍ସେଓ୍ଵଲ: ରନ ଆଉଟ (ରୁବେଲ), ୩୨ ରନ, ୧୦ ବଲ, ୨ ଚୌକା, ୩ ଛକା
ମାର୍କସ ଷ୍ଟେଇନିସ୍: ଅପରାଜିତ, ୧୭ ରନ, ୧୧ ବଲ, ୨ ଚୌକା
ଷ୍ଟିଭେନ ସ୍ମିଥ: ଏଲବିଡବ୍ଲୁ-ମୁସ୍ତାଫିଜୁର, ୧ରନ୍, ୨ ବଲ
ଆଲେକ୍ସ କ୍ୟାରି: ଅପରାଜିତ ୧୧ ରନ, ୮ ବଲ, ୧ ଚୌକା
ଅତିରିକ୍ତ: ୧୨ ରନ୍ (ବାଏ ୧, ଲେଗ ବାଏ ୫, ଓ୍ଵାଇଡ ୫, ନୋ୧)
ମୋଟ୍: ୩୮୧ ରନ୍ (୫ ଓ୍ଵିକେଟ୍, ୫୦ ଓଭର)