ବିଶିଷ୍ଟ ସଂଗ୍ରାହକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Spread the love

ଧର୍ମଶାଳା (ସନ୍ଧାନ ନିଉଜ) ରସୁଲପୁର ବ୍ଲକ୍ ଅନ୍ତର୍ଗତ ଗରିପୁର ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏଥିରେ ସାମାଜିକ କର୍ମୀ ପଦ୍ମନାଭ ବାରିକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ପ୍ରାଧ୍ୟାପକ ପ୍ରଭାତ କୁମାର ତ୍ରିପାଠୀ. ବେଦପାଠ ଉଚ୍ଚାରଣ , ଶିକ୍ଷାବିତ୍ ପ୍ରତାପ ରୁଦ୍ର ପଣ୍ଡା, ଅତିଥି ପରିଚୟ ସଂପାଦକ ଚନ୍ଦ୍ରଶେଖର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା ଯୋଗଦେଇ କହିଲେ ଯେ ବିଶ୍ୱ ମାନବ ଜାତିକୁ ଗାନ୍ଧିଜୀଙ୍କ ଜୀବନ ଦର୍ଶୀ ସଦାସର୍ବଦା ପ୍ରେରଣା, ବାଣୀ, ନୀତିଙ୍କୁ ସମସ୍ତେ ଦୈନନ୍ଦିନ ଜୀବନରେ ପାଳନ କଲେ ସୁଖ, ଶାନ୍ତି ପ୍ରତିଷ୍ଠା ହୋଇପାରିବ . ମୁଖ୍ୟ ବକ୍ତା ଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ କହିଲେ ଯେ ବାପୁଜୀଙ୍କ ପାଇଁ ବିଶ୍ୱରେ ଭାରତ ଯଥେଷ୍ଟ ସୁନାମର ଅଧିକାରୀ ହୋଇଛନ୍ତି । ତାଙ୍କର ସ୍ୱପ୍ନର ରାମରାଜ୍ୟ ନିଶ୍ଚୟ ପ୍ରତିଷ୍ଠା ହୋଇପାରିବ ଏହି ସଭାରେ ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ, ସମାଜ ସେବୀ କାହ୍ନୁଚରଣ ଦାଶ, ବନମାଳୀ ରଥ, ଯୋଗେନ୍ଦ୍ର ନାଥ ପଣ୍ଡା, ନରେଶ ଚନ୍ଦ୍ର ମହାନ୍ତି, ଗୋପୀନାଥ ପତି, ପି. ପଦ୍ମା, ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଟ କ୍ରାନ୍ତିକାରୀ ଆଶୁ କବି ତଥା ସାରସ୍ୱତ ସଭା ସାରାଂଶ ଗ୍ରନ୍ଥର ପ୍ରଥମ ଓଡିଆ ସଭାଭାଷଣ ସଂଗ୍ରାହକ କୈଳାସ ଚନ୍ଦ୍ର ସାହୁ, ଆଇନଜୀବୀ ରାମଚନ୍ଦ୍ର ରାୟ ଓ ସାମାଜିକ କର୍ମୀ ପାଇଁ ଉପଢ଼ୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment