ବିମାନ ଯାତ୍ରା ସମୟରେ ଏଣିକି ଉଠାଇ ପାରିବେ ଇଣ୍ଟରନେଟ ସେବାର ମଜା !

Spread the love

ନୂଆଦିଲ୍ଲୀ୧୮/୧୦(ସନ୍ଧାନ ନିୟୁଜ): ଏଣିକି ବିମାନରେ ଯାତ୍ରୀଙ୍କୁ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର କରିବାକୁ ନେଇ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଯାତ୍ରୀଙ୍କୁ ମୋବାଇଲ୍‌ରେ ଇଣ୍ଟରନେଟ ବ୍ୟବହାର କରିବାର ଅନୁମତି ମିଳିବ କିନ୍ତୁ ସୁରକ୍ଷା କାରଣରୁ କେହି ବି ଯାତ୍ରୀ ବିମାନ ଯାତ୍ରା ସମୟରେ କଲ କରି ପାରିବେ ନାହିଁ। ସେନେଇ ପ୍ରତିବନ୍ଧକ ରହିଛି।

ଟେଲିକମ୍‌ ବିଭାଗର ସଚିବ ଅରୁଣା ସୁନ୍ଦରରାଜନ୍‌ଙ୍କ ପକ୍ଷରୁ ପ୍ରକାଶ, ବିମାନରେ ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ନେଇ ଫାଇଲ୍‌ ନୋଟିଫିକେସନ୍‌ ନିୟମ ମନ୍ତ୍ରାଳୟକୁ ପଠାଇଛନ୍ତି। ଥରେ ତାହାର ଚୟନ ହୋଇଗଲେ ସମସ୍ତଙ୍କୁ ଜଣାଇ ଦିଆଯିବ କି କେବେଠାରୁ ଏହା ଲାଗୁ ହେବ। ଏଥିସହିତ ସେ ଏହା ବି କହିଛନ୍ତି କି, ବିମାନରେ ବର୍ତ୍ତମାନ କେହି ବି ଯାତ୍ରୀ ଯେପରି ଭଏସ୍‌ କଲ ନକରନ୍ତୁ ସେ ନେଇ ଅଙ୍କୁଶ ଲଗା ଯାଇଛି। ଭଏସ୍‌ କଲ୍‌କୁ ନେଇ ଏବେ ଗେଟେଓ୍ଵ ଇସୁ ରହିଛି। ଏଥିପାଇଁ ଭାରତରେ ପ୍ରଥମେ ମୋବାଇଲ ଭଏସ୍‌ ଗେଟେଓ୍ଵର ଆବଶ୍ୟକତା ରହିଛି।

Related Posts

About The Author

Add Comment