ବିମାନ ଦୁର୍ଘଟଣାରୁ ଅଳ୍ପକରେ ରକ୍ଷା ପାଇଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ

Spread the love

ଓ୍ଵାଶିଂଟନ୍‌୧୮/୧୦(ସନ୍ଧାନ ନିୟୁଜ): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଅଳ୍ପକରେ ରକ୍ଷା ପାଇ ଯାଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆମେରିକୀୟ ବାୟୁସେନାର ଏକ ବିମାନ ଯୋଗେ ଓ୍ଵାଶିଂଟନରୁ ଫିଲାଡେଲଫିଆ ଯାଉଥିଲେ। ତେବେ, ମଝି ଆକାଶରେ ସେ ଯାତ୍ରା କରୁଥିବା ବିମାନର କ୍ୟାବନ୍‌ରୁ ଧୂଆଁ ବାହାରୁ ଥିବା ବିମାନର ପାଇଲଟ ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ପାଇଲଟ୍‌ ବିମାନଟିକୁ ଫିଲାଡେଲଫିଆ ଅଭିମୁଖେ ନେବା ପରିବର୍ତ୍ତେ ଜଏଣ୍ଟ ବେସ୍‌ ଏଣ୍ଡ୍ର୍ୟୁଜ୍‌କୁ ଫେରାଇ ଆଣିବା ସହ ବିମାନଟିର ଜରୁରିକଳୀନ ଅବତରଣ କରାଇ ଦେଇଥିଲେ ବୋଲି ହ୍ଵାଇଟ ହାଉସ୍‌ ପକ୍ଷରୁ ସୂଚନା ଦିଆ ଯାଇଛି। ବିମାନଟି ଜରୁରିକାଳୀନ ଅବତରଣ କରିବା ପରେ ରାଷ୍ଟ୍ରପତିଙ୍କ ପତ୍ନୀ ମେଲାନିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା।

Related Posts

About The Author

Add Comment