ବିବେକାନନ୍ଦ ଯୁବ ସଂସଦ ତରଫରୁ ସୃଜନିକା ଉନ୍ମୋଚିତ
ବିବେକାନନ୍ଦ ଯୁବ ସଂସଦ ତରଫରୁ ସୃଜନିକା ଉନ୍ମୋଚିତ
Sandhan News |
August 23, 2021 |

କଟକ, ୨୨/୦୮/୨୦୨୧ (ସନ୍ଧାନ ନିଉଜ) ବିବେକାନନ୍ଦ ଯୁବ ସଂସଦର ସାମାଜିକ,ସାଂସ୍କୃତିକ ପ୍ରତିବଦ୍ଧତାର ତ୍ରୈମାସିକ ସାହିତ୍ୟ ସ୍ୱାକ୍ଷର, “ସୃଜନିକା” ପବିତ୍ର ରକ୍ଷାବନ୍ଧନର ପୂର୍ବାହ୍ନରେ ଗୁଗଲ୍ ମିଟ୍ ଦ୍ୱାରା ଆଭାସୀ ଉନ୍ମୋଚନ ହୋଇ ଯାଇଅଛି । ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ରାଜ୍ୟ ସଭାପତି ପତ୍ରିକାର ଉନ୍ମୋଚନ ପୂର୍ବକ ସମାଜ ଉପଯୋଗୀ ଯୁବ ପୀଢ଼ିକୁ ପ୍ରେରଣା ଯୋଗାଉଥିବା ସାହିତ୍ୟର ପ୍ରସାରରେ ସୃଜନିକା ମାଇଲ୍ ଖୁଣ୍ଟ ହେଉବୋଲି ଶୁଭେଚ୍ଛା ଦେଇଥିଲେ। ପ୍ରଥମ ସଂଖ୍ୟାରେ ସାମାଜିକ, ଦେଶାତ୍ମବୋଧ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ବହନ କରୁଥିବା କବିତା, ଗଳ୍ପ ଓ ପ୍ରବନ୍ଧ ସମୂହକୁ ସ୍ଥାନ ଦେଇ ୪୨ ପୃଷ୍ଠାର ସୁନ୍ଦର ସଂକଳନ କରାଯାଇଛି । ଉକ୍ତ ସଭାରେ ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀ ଗୁପ୍ତେଶ୍ୱର ପଟେଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ମହାନ୍ତି ପତ୍ରିକାର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ। ଲୋକ ସଂସଦର ସାଧାରଣ ସମ୍ପାଦକ ଡ. ଚିତ୍ତରଂଜନ ନାୟକ, ସାହିତ୍ୟ ବିଭାଗର ମୁଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ନାୟକ ଓ ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ଆବାହକ ତଥା ପ୍ରକାଶକ ଶ୍ରୀ ବିନାୟକ ଘୋଷ ପତ୍ରିକାର ଉଜ୍ଜଳ ଭବିଷ୍ୟତ ନିମନ୍ତେ ଶୁଭକାମନା ଦେଇଥିଲେ। ଉପଦେଷ୍ଟା ଶ୍ରୀ ଅଭୟ ଦ୍ବିବେଦୀ ପତ୍ରିକାର ସମୀକ୍ଷା କରିବା ସହିତ ସମ୍ପାଦନା ମଣ୍ଡଳୀର ପରିଶ୍ରମ ପାଇଁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ପତ୍ରିକାର ସହ ସମ୍ପାଦକ କାଳୀ କୁମାର ବେହେରା, ସହ ସମ୍ପାଦିକା ସୁଶ୍ରୀ ସରିତା ନାଏକ, ବିତ୍ତ ଓ ପରିଚାଳନା ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁଙ୍କ ସମେତ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସାହ ପ୍ରଦାନ କରିଥିଲେ। ସହ ସମ୍ପାଦିକା ଶ୍ରୀମତୀ ସ୍ୱାଗତିକା ସାହୁ ସଂଯୋଜନା କରିଥିବା ବେଳେ ଅଳଙ୍କାରକ ଶ୍ରୀ କୈବଲ୍ୟପତି ମିଶ୍ର ବୈଦିକ ମନ୍ତ୍ର ଓ ଶ୍ରୀ ଅଙ୍କିତ ମହାପାତ୍ର ବିବେକ ବାଣୀ ପାଠ କରିଥିଲେ। ଶେଷରେ ସହ ସମ୍ପାଦକ ଡ଼ ଦୀପକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ଓ ଶାନ୍ତିପାଠ କରିଥିଲେ।
Related Posts
About The Author