ବିବାହିତା ମହିଳା ନିଖୋଜ

Spread the love

ଯାଜପୁର ସଦର, ୧୭/୪/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ଥାନା ଡାହାଣହତା ପଞ୍ଚାୟତ ବଉଳାଙ୍ଗ ଗ୍ରାମର ଜୈନିକା ମହିଳା ସପ୍ତାହରୁ ଅଧିକ ଦିନ ହେବ ନିଜ ଘରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଦଶରଥପୁର ଥାନରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବଉଳାଙ୍ଗ ଗ୍ରାମର ମୀର ଅସଲାମ ଅଲ୍ଲୀଙ୍କ ସାନ ବୋହୂ ପ୍ୟାରୀ ବେଗମ(୨୮) ଚଳିତ ମାସ ୫ ତାରିଖ ରାତିରେ ପରିବାରର ସମସ୍ତେ ଖାଇପିଇ ଶୋଇବା ପରେ ନିଜ ୨ଛୋଟ ପୁଅ, ଝିଅଙ୍କୁ ଛାଡି କେଉଁ ଆଡେ ନିଖୋଜ ହୋଇଯାଇଥିଲେ | ରାତିରେ ଛୋଟ ପିଲା ୨ଜଣ ମାଆକୁ ନପାଇ ପ୍ୟାରୀ ବେଗମ ଘରେ ନଥିବା ଜଣାପଡିଥିଲା I ପ୍ୟାରୀ ବେଗମଙ୍କୁ ଠାବ କରିବାକୁ ପରିବାର ଲୋକେ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର ପତ୍ତା ମିଳିନଥିଲା | ଖୋଜା ଖୋଜି କରି ନିରାଶ ହେବାପରେ ତାଙ୍କ ଶ୍ବଶୁର ଦଶରଥପୁର ଥାନାରେ ବୋହୂ ପ୍ୟାରୀ ବେଗମ ନିଖୋଜ ଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରି ତାଙ୍କୁ ଠାବ କରିବାକୁ ନିବେଦନ କରିଛନ୍ତି ।

Related Posts

About The Author

Add Comment