ବିବାହିତା ମହିଳା ଙ୍କୁ ଗଣଦୁଷ୍କର୍ମ ମାମଲା ୨ଅଭିଯୁକ୍ତଙ୍କ ୨୦ବର୍ଷ କାରାଦଣ୍ଡ

Spread the love

ରାଇରଙ୍ଗପୁର-୧୯/୧/୨୦୨୨(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଲଙ୍ଗଳଶିଳା ଗ୍ରାମର ଜନୈକ ବିବାହିତା ଙ୍କୁ ଘରୁ ଡ଼ାକିନେଇ ଗଣଦୁଷ୍କର୍ମ କରିଥିଲେ। ସୂଚନାଯୋଗ୍ୟ ଲଙ୍ଗଳଶିଳା ଗ୍ରାମର ଜନୈକ ବିବାହିତା ମହିଳା ଙ୍କୁ ଘରୁ ଡ଼ାକିନେଇ ସେହି ଗ୍ରାମର ଅଜିତ ଗିରି (୩୫)ଓ ବଳରାମ ନାଏକ (୨୫)ଉଭୟେ ମିଶି ଗତ ୨୦୧୭ଡିସେମ୍ବର ତା୧୩ରିଖରେ ଦୁଷ୍କର୍ମ ହୋଇଥିଲା। ବୋଲି ବାଦାମ ପାହାଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ବାଦାମ ପାହାଡ଼ ଥାନା ପୋଲିସ ଘଟଣାର ତଦନ୍ତ କରି ୨ଅଭିଯୁକ୍ତ ଙ୍କୁ ଗିରଫକରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲେ।ସେପଟେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମା କୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରିଥିଲେ। ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୈ|ରାଜଜ୍ ଦୀପକ କୁମାର ରାୟ ଏହି ଗଣଦୁଷ୍କର୍ମ ଘଟଣାର ସମସ୍ତ ତଥ୍ୟ ଓ ୧୫ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତିକରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷକାରାଦଣ୍ଡ ସହିତ ୨୦ହଜାର ଟଙ୍କା ଲେଖାଏଁ ଜୋରିମାନା ରେ ଦଣ୍ଡିତ କରିଛନ୍ତି।

Related Posts

About The Author

Add Comment