ଯାଜପୁର,୧୫/୨(ସନ୍ଧାନ ନିୟୁଜ/ମାନସ ରାଉତ) ସଂପ୍ରତି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ଡୁବୁରୀ ୩୫କି.ମି. ୨୦୦ନଂ ଜାତୀୟ ରାଜପଥ ଦୈତାରୀ ଠାରୁ ପାରାଦ୍ୱୀପ ମୁଖ୍ୟ ରାସ୍ତାର ଉକ୍ତ ରାସ୍ତାଟି ମଧ୍ୟଭାଗ ଜରାଜୀର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଥିଲେ ମଧ୍ୟ ଉକ୍ତ ରାସ୍ତା ପ୍ରତି ବିଭାଗୀୟ ଜାତୀୟ ରାଜପଥର ଏନ.ଏଚ.ଆଇ. ଖାମ ଖିଆଲ ମନୋଭାବ ପୋଷଣ କରି ଜନସାଧାରଣଙ୍କ ଅସିବଧାରେ ରଖିଛି । ଯାହା ଫଳରେ ଜନ ଅସନ୍ତୋଷ ଦିନୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଥାଉ କି ଉକ୍ତ ରାସ୍ତା ନିର୍ମାଣ ଓ ସଂପ୍ରସାରଣ କରାଇବା ପାଇଁ ଏନ.ଏଚ.ଆଇ ବିଭାଗ ୨୦୧୫ରେ ଏକ ବିଦେଶୀ କମ୍ପାନୀ ଆଇ.ସୋ.ଲକ୍ସକୁ ଶହ ଶଷକୋଟି ଟଙ୍କାର ଟେଣ୍ଡର ଦେଇଥିଲେ । ଉକ୍ତ ରାସ୍ତାଟି ଚଣ୍ଡିଖୋଲ ଠାରୁ କାମାକ୍ଷ୍ୟା ନଗର ତାଳଚେର ଠାରୁ ଛତିଶଗଡ ରାସ୍ତାର ସଂଯୋଗ କରିବା ପାଇଁ ଏହି ୨ଶହ ନଂ ଜାତୀୟ ରାଜପଥର ଚଣ୍ଡିଖୌଲ-ଡୁବୁରୀ ମୂଖ୍ୟ ଅଂଶ ବିପଦ ସଙ୍କୁଳରେ ରହିଛି । ଏହି ରାସ୍ତା ୨୦୧୬ରେ ଉକ୍ତ କମ୍ପାନୀ ବେଆଇନ ଭାବେରାସ୍ତା କଡରୁ ବଡ ବଡ ଗଛ କାଟି ନେଇଗଲା । ପରେ ରାସ୍ତାର ଦୁଇକଡ ଚଣ୍ଡିଖୋଲରୁ ବ୍ରାହ୍ମଣୀ ବ୍ରିଜ ମଧ୍ୟରେ ରାସ୍ତାର ଦୁଇକଡ ମେସିନରେ ତଟାଗଲା । ମାଟି ମୋରମ ନେଆଇନ, ଗୋର,ଅନାବାଦୀ ଜଙ୍ଗଲ କିସମ ଗୋଚର ସ୍ଥାନରେ ପ୍ରଶାସନ ଜ୍ଞାତରେ ପେଟି ଠିକାଦାର ମାନେ ତାଡି ଉକ୍ତ ରାସ୍ତାରେ ଲଗାଇଲେ । କେତେକ ସ୍ଥାନରେ କଲଭର୍ଟ କିଛିକା ଅଂଶରେ କରାଯାଇ ଅଧାରେ ରହିଗଲା । ରାସ୍ତା ଅଧାକରି ବିଦେଶୀ କମ୍ପାନୀ ଛାଡି ପଳାଇଲା । ୨୦୧୭-୧୮ ଯାଇ ୧୯ ଚାଲିଛୀୂ । ଅଦ୍ୟାବଧି ରାସ୍ତା କାମ ନିର୍ମାଣ ରକାଯାଉନାହିଁ । ଏକ ସ୍ୱଦେଶି ଗେମନ ଇଣ୍ଡିଆ କମ୍ପାନୀ ନୂତନ ଟେଣ୍ଡର ନେଇଥିବା ଜଣାପଡିଛୀ । ଉକ୍ତ କମ୍ପାନୀଙୁରାସ୍ତାର କ୍ଳିୟରାନ୍ସ ଦେଇ ନଥିବନାରୁ କମ୍ପାନୀ କାର୍ଯ୍ୟ ।ଆରମ୍ଭ କରି ନାହି ଢୈଙ୍କାନାଳ ଏନ.ଏଚ.ଆଇ ବିଭାଗର ପିଡି ଶାବତ କହିଛନ୍ତି । ରାସ୍ତା କଡରୁ ସମସ୍ତ ଗଛ କଟାଯାଇ କ୍ଳିୟରାନ୍ସ ପରେ ରାସ୍ତା କାମ ନିାର୍ମଣ ହେବ ବୋଲି ଶ୍ରୀ ସାବତ କହିଛନ୍ତି । ଏହି ରାସ୍ତା ନିମାର୍ଣ ହେଉ ନଥିବାରୁ ସଚେତନ ନାଗରିକ ମଂଚ ପକ୍ଷରୁ ଗତ ୬ ତାରିଖରେ ଭୂବନେ ଶ୍ୱର ଠାରେ ଥିବା ବିଭାଗୀୟ ଜେ.ଏମ.ଆଦିତ୍ୟ କୁମାର ପାଢୀଙ୍କୁ ସାକ୍ଷାତ କରିଥିବାର ଶ୍ରୀ ବେହେରା କହିଛନ୍ତି । ଏହି ରାସ୍ତା ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ସାଧାରଣ ଲୋକ ଖାଲି ପାଦରେ ଯିବା ସମ୍ଭବ ହେନାହିଁ । ଉକ୍ତ ରାସ୍ତା ଉପରେ ପ୍ରତିଦିନ ଦିବାରାତ୍ର ଓଭରଲୋଡ ଟ୍ରକ, ହଇଓା, ଟ୍ରଲର ଓ ଯାତ୍ରୀବାହୀ ବସ ଛୋଟ ବଡ ଗାଡି ପ୍ରତି ନିୟତ ଚାଲିଛି । ଏହି ରାସ୍ତା ଖାଲଖମା ହୋଇ ଭାଙ୍ଗିଥିବାରୁ ଅନେକ ଦୁର୍ଘଟଣା ଘଟିଛି । ଏହି ରାସ୍ତାରେ ଅନେକ ଜୀବନ ଗଲାଣୀ । କିନ୍ତୁ ଜାତୀୟ ରାଜପଥ ବିଭାଘର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହି । ଭାଙ୍ଗି ଯାଇଥିବା ରାସ୍ତାରେ ତାଳିପକା କାମ ଚାଲିଛି । ଅପର ପକ୍ଷରେ ବ୍ରାହ୍ମଣୀ ବ୍ରିଜ ବିପ୍ ପୂର୍ଣ୍ନ ଅବସ୍ଥାରେ ହଲୁଛି । ଏହି ରାସ୍ତା ନିର୍ମାଣ ବାବଦରେ ସରକାରୀଧ୍ଳର ରାନେତା, ଲୋକ ପ୍ରତିନିଧି ମନ୍ତ୍ରୀ ଓ ପ୍ରଶାସନ କାହାରୀ ଚିନ୍ତା ନାହିଁ । ଯେପରି ଅସହାୟ ହୋଇପଡିଛି ଚଣ୍ଡିଖୋ-ଡୁବୁରୀ ରାସ୍ତା । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜନସାଧାରଣ ଦାବୀ କରନ୍ତି ।
ବିପଦପୂର୍ଣ୍ଣ ଚଣ୍ଡିଖୋଲ-ଡୁବୁରୀ ରାସ୍ତା ନିର୍ମାଣ ଅଧପାନ୍ତରିଆ, ଅତିଷ୍ଠ ଜନତା
|
February 15, 2019 |
