ବିପଦ ସଙ୍କୁଳ ପୋଲରେ ଯାତାୟାତ

Spread the love
ତିହିଡି, , ୧୩/୦୬/୨୦୨୧ (ସନ୍ଧାନ ନ୍ୟୁଜ୍: ପ୍ରଶାନ୍ତ ବାରିକ୍)  ଭଦ୍ରକ ଜିଲ୍ଲାର  ସାହାରା ପାଲଟିଛି  କାଠ ପୋଲ l ଏହି ଜିଲ୍ଲା ତିହିଡି ବ୍ଲକ ର କମାରିଆ ଠାରୁ ବାହାବଳପୁର ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଦୋହରାସହି ଠାରେ ମନ୍ତେଇ ନଦୀ କୁ କାଠ ପୋଲ ଦେଇ ପାର ହେଉଛନ୍ତି ହଜାର ହଜାର ଲୋକ l ଉଭୟ ପାର୍ଶ୍ଵରେ ପ୍ରାୟ ବହୁ ଗ୍ରାମ ର ଲୋକେ ଏହି  କାଠ ପୋଲ ଉପରେ ନିର୍ଭର କରୁଛନ୍ତି l  ସେପଟେ କାଠ ପୋଲରେ ଯିବା ଆସିବାବେଳେ ଟଙ୍କା ଦେଇ ଶୋଷଣର ସ୍ଵୀକାର  ହେଉ ଛନ୍ତି ଲୋକେ।  ଦୀର୍ଘ ଦିନ ଧରି ପୋଲ ନିର୍ମାଣ ବିଲମ୍ବକୁ ନେଇ  ସରକାର ଙ୍କ ଉପରେ  ଦୋଷଦେଇଛନ୍ତି ସ୍ଥାନୀୟ ଲୋକେ Iଏହି କାଠ ପୋଲ ଟି ବାହାବଳ ପୁର ଓ ଅନ୍ୟପକ୍ଷରେ କମାରିଆ ବଜାର। ମଝିରେ ମନ୍ତେଇ ନଦୀI  I  ଏହାସହିତ ଗର୍ଭବତୀ ମହିଳା ଓ ଶିଶୁ ଯିବାଆସିବା କରିବା ବିପଦପୂର୍ଣ୍ଣ ପାଲଟିଛି I ସେପଟେ ବର୍ଷାଦିନରେ ବନ୍ୟା ଜଳ  ଆସିଲେ   କାଠ ପୋଲହ ନଦୀଗର୍ଭରେ ବୁଡିଯାଏ ଆଉ ଲୋକଙ୍କ ଦୁଖକୁ ୨ ଗୁଣିତ କରିଦିଏ I ବର୍ଷତଳେ ପୋଲ ନିର୍ମାଣ କଲେ ହେଲେ ଧର୍ମକୁ ଆଖିଠାର ଭଳି କାମ ମନ୍ଥର ଗତିରେ ଚାଲିଛି  I ସେପଟେ ପ୍ରତିବର୍ଷ ବିପଦର ସାମ୍ନାକରୁଛନ୍ତି ଲୋକେ Iସେପଟେ  ନଦିବଡି ଲୋକଙ୍କ ଦୁଖକୁ ୨ ଗୁଣିତ କରୁଥିବା ବେଳେ ଅସ୍ଥାଇ ପୋଲ ନିର୍ମାଣ କରି ଲୋକଙ୍କ ଠାରୁ  ଯିବା ଆସିବା ପାଇଁ  ଜୋରଜବରଦସ୍ତି ଟଙ୍କା   ଆଦେଇ କରି ଦଲାଲ ମାଲାମାଲା  I ହେଲେ ଲୋକଙ୍କ ଦୁଖ ବୁଝିବାକୁ ନା ପ୍ରଶାସନ ଅଛି ନା ସରକାର I ପୋଲ ନିର୍ମାଣକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ  ଅଧାପନ୍ତରିଆ ହୋଇ  ପଡିରହିଛି ପୋଲ I ତେବେ ଠିକାଦାର , ନିର୍ବାହୀ ଯନ୍ତ୍ରୀଙ୍କରଙ୍କ ପାରିବା ପାଣିଆକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ଏହି ଅଞ୍ଚଳ ର ଲୋକେ I ଏଭଳି ସମ୍ବେଦନ ଶୀଳ ସ୍ଥାନ ପ୍ରଶାସନ ନଜରରେ ଆସୁନାହିଁ  ନା କିଛି ଅଘଟଣର ଅପେକ୍ଷାରେ ଅଛନ୍ତି ଆମ ପ୍ରଶାସନିକ ଅଧିକାରୀ, ଅଘଟଣ ହେଲେ ସତର୍କ ହେବେ | ଲୋକମାନେ ତଳକୁ ଖସି ପଡି ପାଣି ସୁଅରେ ଭାସି ଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ | ପ୍ରଶାସନ ଏହାର ତୁରନ୍ତ ମରାମତି ଓ ଖୁବ ଶୀଘ୍ର ବ୍ରିଜ ନିର୍ମାଣ ଶେଷ କରିବାକୁ  ସାଧାରଣରେ ଦାବି ହେଉଛି I

Related Posts

About The Author

Add Comment