ସୁନ୍ଦରଗଡ଼ ତା:୬/୭/୨୦୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବର୍ଷା ସମୟ ଆସିବା ପୂର୍ବରୁ କଂକ୍ରିଟ ରାସ୍ତା କାମ କରିବା ଉଦ୍ଦେଶ୍ୟରେ ରାସ୍ତା ଖୋଲାଗଲା ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ପୁରଣ ହେଲା ନାହିଁ । ରାସ୍ତା ଖାଲରେ ଭର୍ତ୍ତି ହୋଇ ରହିଛି। ପାଣି ।ଯାତାୟତରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ମିଳିଥିବା ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ତଲସରା ଭଦୋ ପଡ଼ା କୁ ଯାଇଥିବା ରାସ୍ତା କୁ କଂକ୍ରିଟ ରାସ୍ତା କରାଯିବା ଉଦ୍ଦେଶ୍ୟରେ ରାସ୍ତା ଖୋଲିଦିଆ ଗଲା । ବିନା କାର୍ଯ୍ୟ ଫଳରେ କାମ ଆରମ୍ଭ କରାଗଲା । ଗାଢ଼ କରି ଛାଡ଼ିଦେବା ଯୋଗୁଁ ବର୍ତ୍ତମାନ ର ବର୍ଷା ଆସିବା ଦ୍ୱାରା ବର୍ଷା ପାଣି ଜମିଯାଇ ଜନ ସାଧାରଣ ଙ୍କ ଯିବା ଆସିବା ରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ରାସ୍ତା କାର୍ଯ୍ୟ ସ୍ପଷ୍ଟୀକରଣ ହୋଇ ନ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ଏ ନେଇ ଗ୍ରାମ ର ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅତି ଶୀଘ୍ର ଏ ରାସ୍ତା କାର୍ଯ୍ୟ କରିବା ପାଇଁ ପ୍ରଶାସନ କୁ ଦାବି କରିଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି ।



