ଅବକାରୀ ଅଧିକାରୀଙ୍କ ନମାରେ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଲେ ଅଂଚଳବାସୀ
ଯାଜପୁର/ଜେନାପୁର,୦୩/୦୭ (ସନ୍ଧାନ ନିୟୁଜ/ମାନସ କୁମାର ରାଉତ) ଜେନାପୁର ଥାନା ଅଧିନ ଚଢେଇଧରା ଛକରେ ବିନା ଏନଓସିରେ ଏକ ବିଦେଶି ମଦ ଦୋକାନ ଚାଲିଥିବାରୁ ଏହାକୁ ଅଂଚଳବାସୀ ତିବ୍ର ବିରୋଧ କରିବା ସହ ତୁରନ୍ତ ଏହାର ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି । ସ୍ତାନୀୟ ଲୋକମାନଙ୍କ କହିବା ଅନୁଯାଇ ଉକ୍ତ ଦୋକାନ ଖୋଲିବା ସମୟରେ ଅବକାରୀ ବିଭାଗ ଲୋକମାନଙ୍କ ସାମୁହିକ ସ୍ୱାର୍ଥ ପ୍ରତି ଧ୍ୟାନ ଦେଇନାହିଁ । ଏଠାରେ ମଦ ଦୋକାନ ଖୋଲିବା ପାଇଁ ଆବଶ୍ୟକ ହେଉଥିବା ବିଧି ବ୍ୟବସ୍ତା ପ୍ରତି ଅଣଦେଖା କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏପରିକି ଅବକାରି ବିଭାଗ ଏଠାରେ କୁମ୍ଭକର୍ଣ୍ଣ ନିଦ୍ରାରେ ଥାଇ ବ୍ୟବସ୍ତାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ମଧୁପୁରଗଡ ପଂଚାୟତର ଚଢେଇଧରା ନିକଟରେ ଥିବା ଏହି ମଦ ଦୋକାନ ଖୋଲିବାକୁ ପ୍ରଶାସନ ତରଫରୁ ଗ୍ରାମସଭା କରାଯାଇ ନାହିଁ । ଯଦି ବା ଗ୍ରାମସଭା ହୋଇଥିବ ତାହା ସମ୍ପୁର୍ଣ୍ଣ ଗ୍ରାମବାସି ମାନଙ୍କ ଅଗୋଚରରେ । ଗ୍ରାମସବା ପାଇଁ ଯେଉଁ ଭଳି ପ୍ରଚାର ପ୍ରସାର ହେବା କଥା ତାହା କରାନଯାଇ ମଦ ବ୍ୟବସୟୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି । ଗତ କିଛି ଦିନ ଧରି ଏହି ଥାନା ଅଧିନରେ ଥିବା ଦଳଗାଁ ଠାରେ ପ୍ରସ୍ତାବିତ ମଦଦୋକାନକୁ ଚକ୍ରଧରପୁର ପଂଚାୟତର ଗ୍ରାମସଭାରେ ବିରୋଧ କରାଜିବା ପରେ ସ୍ତାନୀୟ ଅଂଚଳରେ ମଧ୍ୟ ଚଢେଇଧରା ମଦ ଦୋକାନ ପାଇଁ ଗ୍ରାମସଭା କେବେ ଓ କେଉଁଠାରେ ହୋଇଥିଲା ତାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଏହାକୁ ନେଇ ସେଠାରେ ଯଦି ସବୁ ନିୟମକୁ ପାଳନକରି ମଦ ଦୋକାନ ଖୋଲାଯାଇପାରୁ ନାହିଁ ଏଠାରେ କିପରି ହୋଇଛି ବୋଲି ଅବକାରୀ ବିଭାଗର କର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ଣ ଲାଗିଯାଇଛି । ପୁର୍ବରୁ ଏଠାରେ ମଦ ଦୋକାନ ବନ୍ଦ କରିବାକୁ ଅନେକ ସମୟରେ ଆନେ୍ଦାଳନ ହୋଇ ଦୋକାନ ଭାଙ୍ଗିବା ସହ ବହୁବାର ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ବନ୍ଦ ହେବାକୁ ଥିଲେ ମଧ୍ୟ ବିଭାଗ ବ୍ୟବସୟୀଙ୍କ ହାତ ବାରିସି ସାଜି ଦୋକାନ ଚାଲୁକରିଥିବା ଅଭିଯୋଗ ହୋଇଛି । ଏଠାରେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ଅଣଦେଖା କରି ଅନୁମତି ମିଳୀଥିବା ଯଣାଯାଏ । ଜାତୀୟ ରାଜପଥ ଓ ସଡକ ପଥ ଠାରୁ ୨୨୦ ମିଟର ଦୁରତା ଭିତରେ ମଦ ଦୋକାନ ନଖୋଲିବାର ଆଦେଶ ହେଉ ଅବା ବିଦ୍ୟାଳୟ,ମହାବିଦ୍ୟାଳୟ.ଓ ଜନବସତି ଠାରୁ ଦୁରେ ଖୋଲିବା ର ଆଦେଶକୁ ଏଠାରେ ଉଲଙ୍ଘନ କରାଯାଇଥିବା ସଦାରଣରେ ଅଲୋଚନା ହେଉଛି । ମଦ ଦୋାକନ ଖୋଲା ଯାଇଥିବା ସ୍ଥାନ କୁ ନେଇ ଆହୁରି ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ରହିଛି ଯାହାକୁ ଅବକାରୀ ବିବାଗ ଖୋଳତାଡ କଲେ ଜଣା ପଡିବ କିନ୍ତୁ ବାଡ ଯଦି ଫସଲ ଖାଏ ନ୍ୟାୟରେ ଅବକାରୀ ବିଭାଗି ଚେଇଁ ଶୋଇବ ତେବେ ଏଠାରେ ମଦ ଦୋକାନ ବିରୋଧରେ ପୁଣି ଏକ ମଦ ବିରୋଧି ଆନେ୍ଦାଳନ ମୂଣ୍ଡ ଟେକିବ ବୋଲି ସାଧାରଣରେ ଆଲୋଚନା ହେଉଛି ।