ବିଧବା ହେଲା ସଧବା

Spread the love

ଭଦ୍ରକ, ୨୮/୬ (ସନ୍ଧାନ ନିଉଜ) – ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱରା ପ୍ରାୟୋଜିତ ସୋସାଇଟିଫର ଉଇକର କମ୍ୟୁନିଟି ପରିଚାଳିତ ଆସିଆନା ସ୍ୱଧାର ଗୃହର ଅନ୍ତେବାସିନୀ କୁଞ୍ଜଲତା ସାହୁ (୩୦) ନିଜ ପ୍ରେମିକ ଚଗୁଲୁ ଦାସ(୩୦) ସାଙ୍ଗରେ କୁଆଁସ ସ୍ଥିତ ଜଗନ୍ନାଥ ମନ୍ଦିରରେ ସମ୍ପର୍ଣ୍ଣ କରାଗଲା। ପ୍ରକାଶ ଥାଉକି କୁଞ୍ଜଲତା(କୁଞ୍ଜୁ) ଜଣେ ବିଧବା ଅଟନ୍ତି। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଶଶୁରଘର ପରିବାରବର୍ଗ ମାନସିକ ନିର୍ଯ୍ୟାତନା ଦେବାଦ୍ୱାରା ସେ ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ବାପାଙ୍କ ଘରେ ରହିବା ସମୟରେ ଗର୍ଦ୍ଦପୁର ଗ୍ରାମର ବିରଟ ଦାସଙ୍କ ପୁଅ ଚଗୁଲୁ ଦାସଙ୍କ ସହିତ ପ୍ରେମ ସଂପର୍କ ଗଢିଉଠିଥିଲା। ନିଜ ଭବିଷ୍ୟତକୁ ଆଖି ଆଗରେ ରଖି ଉଭୟ କୌଣସି ଉପାୟ ନପାଇ ଘରଛାଡ଼ି ପଳାଇଥିଲେ। ଶଶ୍ୱୁରଘରର ଏତଲାମୂଳେ ପୁରୁଣାବଜାର ପୋଲିସ କୁଞ୍ଜୁକୁ ତା ୦୯.୦୩.୧୯ରିଖରେ ଉଦ୍ଧାର କରି ଆସିଆନା ସ୍ୱଧାର ଗୃହରେ ଆଶ୍ରୟ ଦିଆଯାଇଥିଲା। ଗୃହର ପରାମର୍ଶଦାତ୍ରୀ ଅନିମା ପଣ୍ଡା ଉଭୟଙ୍କୁ କାଉନସେଲିଂ କରିଥିଲେ ଏବଂ ଉଭୟ ପ୍ରେମୀଯୁଗଳ ବିବାହ କରିବାକୁ ସହମତି ପ୍ରକାଶ କରିବାରୁ ଉଭୟଙ୍କର ପ୍ରାପ୍ତ ବୟସ ହୋଇଥିବାରୁ ଆସିଆନାର ସଂପାଦିକା ସୋଫିଆ ସେକଙ୍କ ନିର୍ଦ୍ଦେଶରେ ୨୮.୦୬.୧୯ରିଖରେ ଉଭୟଙ୍କର ବିବାହ ପାଇଁ ସ୍ଥିର କରାଯାଇଥିଲା। ଏହି ଉତ୍ସବରେ ସମାଜସେବୀ ରାଧାରାଣୀ ମହାପାତ୍ର,  ସୋଫିଆସେକ୍, ରିଆଜ ଅହମ୍ମଦ, ଶିକ୍ଷାବିତ୍ ଗିତାରାଣୀ ଆଇଚ, ଚରମ୍ପା ମହିଳା ଭିଜିଲାନ୍ସ କମିଟିର ମହିଲତା ପଣ୍ଡୁଆ ଓ ଚାରୁଲତା ବେହେରା, କଲେକ୍ଟଟ୍ରେରିଏଟ୍ କମ୍ପ୍ଲେନ କମିଟିର ସଭ୍ୟ ଜେମାମଣି ନାୟକ ଓ ଅରଣ୍ୟ କୁମାର ପୋଇ ପ୍ରମୁଖ ଉପସ୍ଥିତଥିଲେ। ଏହି ଉତ୍ସବକୁ ଅନିମା ପଣ୍ଡା ପରିଚାଳନା କରିଥିବା ବେଳେ ମହମ୍ମଦ ରଫିକ୍ ସେକ୍, ଶାନ୍ତିଲତା ସ୍ୱାଇଁ, ବିକାଶ ଚନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରଥିଲେ।

Related Posts

About The Author

Add Comment