ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଘଟିଥିବା ଦୁର୍ଘଟଣାରେ ଯୁବକଙ୍କୁ ସରକାରଙ୍କ ପକ୍ଷରୁ ୬୩.୨୬ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ

Spread the love

ଚେନ୍ନାଇ, ୨୫/୧୧ (ସନ୍ଧାନ ନିଉଜ) : ଚେନ୍ନାଇର ଜଣେ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୬୩.୨୬ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଛି। ଏକ ଦୁର୍ଘଟଣାରେ ସେ ତାଙ୍କର ଯୌନ କ୍ଷମତା ହରାଇ ବସିବା ପରେ ତାଙ୍କୁ ପ୍ରଥମେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପରେ ଏହି ରାଶି ବର୍ଦ୍ଧିତ ହୋଇ ୬୩.୨୬ ଟଙ୍କାରେ ପହଞ୍ଚିଛି। ବ୍ୟକ୍ତି ଜଣକ ହେଉଛନ୍ତି ଅନନ୍ଦ କୁମାର। ମାତ୍ର ୨୬ ବର୍ଷ ବୟସରେ  ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କର  ମେରୁଦଣ୍ଡ  ଭାଙ୍ଗି ଯାଇଥିଲା। ସେ ହୁଇଲ୍ ଚେୟାର ବିନା ଚଳପ୍ରଚଳ କରି ପାରିଲେ ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୦୦୮ ମସିହାରେ ଏକ ବିଦ୍ୟୁତ୍‌ ଖୁଣ୍ଟି ମରାମତି ଚାଲିଥିବା ବେଳେ ଆନନ୍ଦ ସେଇ ବାଟ ଦେଇ ଯାଉଥିଲେ। ଆନନ୍ଦଙ୍କ ଉପରେ ବିଦ୍ୟୁତ୍‌ ଖୁଣ୍ଟି ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଆନନ୍ଦଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ତାଙ୍କର ସ୍ପାଇନାଲ୍‌ କର୍ଡ ଭାଙ୍ଗି ଯାଇଥିବା ଡାକ୍ତର କହିଥିଲେ। ସେହି ଦୁଘର୍ଟଣା ପରଠାରୁ ଆନନ୍ଦ ନିଜର ଯୌନ କ୍ଷମତା ହରାଇବା ସହ ସବୁଦିନ ପାଇଁ ହ୍ବିଲ୍‌ ଚ୍ୟାୟାର୍‌କୁ ଆପଣେଇ ନେଇଥିଲେ।

ଆନନ୍ଦ ତାଙ୍କର ସମସ୍ୟା ନେଇ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମାଡ୍ରାସ ହାଇକୋର୍ଟ ତାଙ୍କ ମାମଲାର ବିଚାର କରି ତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ପରେ ଏହି ପରିମାଣକୁ ନେଇ ପୁଣି ମାମଲା ହୋଇଥିଲା।  ବହୁ ତର୍କବିତର୍କ ଚାଲିବା ପରେ ଅଦାଲତ ଆନନ୍ଦଙ୍କୁ ୬୩.୨୬ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Related Posts

About The Author

Add Comment