ବିଦ୍ୟୁତ୍‌ ଆଘାତ ମୃତ୍ୟୁ ପାଇଁ ମିଳିବ ୪ ଲକ୍ଷ ଟଙ୍କା କ୍ଷତି ପୂରଣ

Spread the love
ଭୁବନେଶ୍ୱର, ୨୦/୨/୨୦ (ସନ୍ଧାନ ନିଉଜ) : ଏଣିକି ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ରାଶି ମିଳିବ। ସେହିପରି ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲେ ୨ ଲକ୍ଷ ଓ ୪୦ରୁ ୬୦ ପ୍ରତିଶତ କ୍ଷତି ହୋଇଥିଲେ ୫୯ ହଜାର ୧୦୦ ଟଙ୍କା ସହାୟତା ଦିଆଯିବ। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଦ୍ୟୁତ୍‌ ଆଘାତ ଜନିତ ଦୁର୍ଘଟଣାରେ ଗୁରୁତର ହୋଇ ସପ୍ତାହକରୁ ଅଧିକ ସମୟ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା, ସପ୍ତାହକରୁ କମ୍ ସମୟ ଚିକିତ୍ସିତ ହେଲେ ୪ ହଜାର ୫ଶହ ଟଙ୍କା ଆର୍ଥିକ ସହାୟତା ମିଳିବ। ଗାଈ, ମହିଁଷି ମଲେ ୩୦ ହଜାର ଟଙ୍କା ମିଳିବ। ରାଜ୍ୟ ସରକାର ଏନେଇ ବିଦ୍ୟୁତ୍‌ ନିୟାମକ ଆୟୋଗକୁ ସୁପାରିଶ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Related Posts

About The Author

Add Comment