ଭଦ୍ରକ, ୧୨/୨/୨୦ (ସନ୍ଧାନ ନିଉଜ) : ପୁଣି ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ବିଦ୍ୟୁତ୍ କର୍ମଚାରୀ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଖୁଣ୍ଟରେ ଚଢି କାମ କରୁଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଗୁରୁତର କର୍ମଚାରୀ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ତଳାଙ୍ଗ ଗ୍ରାମର ନିରଂଜନ ପୁହାଣ। ସେ ଦୀର୍ଘବର୍ଷ ହେବ ବିଦ୍ୟୁତ୍ ବିଭାଗର ଆଉସ୍ସୋର୍ସ ହେଲପର ଭାବେ କାର୍ଯ୍ୟ କରୁଥିଲେ।
ଆଜି ସକାଳୁ ଭଦ୍ରକ ସହରର ଗୋପବନ୍ଧୁ ନଗରରେ କାମ କରିବାକୁ ପହଞ୍ଚିଥଲା ଟିମ୍, ସାଙ୍ଗରେ ଚରମ୍ପା ଡିଭିଜନ ଜେଇ ଥିଲେ। ଖୁଣ୍ଟରେ ଚଢିଥିଲେ ନିରଂଜନ। ହେଲେ ବିଦ୍ୟୁତ୍ ତାର ଆଘାତରେ ଆସି ତଳେ ଖସିପଡି ଗୁରୁତର ହୋଇପଡିଥିଲେ। ତାଙ୍କୁ ଅନ୍ୟମାନେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତରମାନେ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ତେବେ ନିରଂଜନଙ୍କ ଗୁରୁତର ପଛରେ ବିଦ୍ୟୁତ୍ ବିଭାଗର ଚରମ ଅବହେଳା ନଜରକୁ ଆସିଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ଉପରିସ୍ଥ କର୍ମଚାରୀମାନେ ବିଦ୍ୟୁତ୍ ବିଚ୍ଛିନ୍ନ କରାଇନଥିଲେ କିପରି। ଯାହାର ତଦନ୍ତ ସହ ଘଟଣାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।



