ଜେନାପୁର, ୨୨/୦୭/୨୦(ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଘର ପୋଡିଗଲେ ତୁରନ୍ତ ଅଗ୍ନିଶମ ବିଭାଗକୁ ସହାୟତା ମଗାଯାଇଥାଏ ।ଆଉ ଯଦିଓ ସେହି ସମୟରେ ଅଫିସର ଟେଲିଫୋନ ନମ୍ବର ଲାଗିବ ନାହିଁ ତେବେ ସାଧାରଣ ଲୋକେ କରିବେ କଣ?ଏଭଳି ଘଟଣା ଘଟିଛି ଜେନାପୁର ଥାନା ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲାଣ୍ଡ ଗ୍ରାମରେ ।ଗତକାଲି ଏହି ଗ୍ରାମର ବଟକୃଷ୍ଣ ବିଶ୍ୱାଳଙ୍କ ଦୁଇ ବଖରା ଘର ବିଳମ୍ବିତ ରାତିରେ ବିଜୁଳି ସଂସ୍ପର୍ଶରେ ଆସି ପୋଡ଼ି ପାଉଁଶ ହୋଇଯାଇଛି। କଘଟଣାରୁ ପ୍ରକାଶ ପରିବାର ଲୋକେ ଖାଇ ପିଇ ସୋଇସାରିବା ପରେ ପଡ଼ିଶା ଘର ଲୋକେ ପରିସ୍ରା କରିବାକୁ ବାହାରକୁ ଆସିଥିଲେ ,ହଟାତ ଦେଖିବାକୁ ପାଇଥିଲେ ବଟକୃଷ୍ଣ ଘରଟି ହୁତୁ ହୁତୁ ହୋଇ ଜଳୁଥିବାର ।ଘର ପୋଡିଗଲା ଘର ପୋଡି ଗଲା କହି ଚିତ୍କାର କରି ଡାକିବାରୁ ସାହି ପଡ଼ିଶା ଉଠି ଆସି ନିଆକୁ ଆୟତ କରିବାକୁ ଚେଷ୍ଟା କରିବା ସହିତ ତୁରନ୍ତ ଦମକଳ ଅଫିସ କୁ ଯୋଗାଯୋଗ କରିଥିଲେ ।କିନ୍ତୁ ଦୁଃଖର ବିଷୟ ଯେତେ ଚେଷ୍ଟା କଲେ ମଧ୍ୟ ସେହି ସମୟରେ ଦମକଳ ଅଫିସର ଫୋନ ନମ୍ବର ନ ଲାଗିବାରୁ ସେମାନେ ନିରାଶ ହୋଇ ପାଖ ଗଡ଼ିଆ ଓ ନଳକୂପ ରୁ ପାଣିଆଣି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ବଟକୃଷ୍ଣଙ୍କ ଘରକୁ ନିଆଁ ଦାଉକୁ ଦବାଇ ପାରି ନଥିଲେ ମଧ୍ୟ ପାଖ ଘରକୁ ନିଆଁ ଲାଗିବାକୁ ଦେଇ ନଥିଲେ । ଅଗ୍ନିକାଣ୍ଡରେ ବଟକୃଷ୍ଣଙ୍କ ଘରେ ଥିବା ତାଙ୍କ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି ବୋଲି କହିଛନ୍ତି ବଟକୃଷ୍ଣ। ବଳରାମପୁର ୨ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଶ୍ରୀ ସୁଶାନ୍ତ କୁମାର ସ୍ୱାଇଁ ଘର ପୋଡ଼ିର ତଦନ୍ତ କରିବା ସହ ପାଲିଥିନି ଦେଇଛନ୍ତି ।ଏଥି ଆଇନଅନୁଯାୟୀ ଯଦି ଆଉକିଛି ସରକାରୀ ସହାୟତା ଉପଲବ୍ଧ ଥିବ ତେବେ ସେ ସାହାଯ୍ୟ କରିବେ ବୋଲି କହିଛନ୍ତି ।
ବିଦ୍ୟତ୍ ସର୍ଟସର୍କିଟରୁ ନିଆଁଲାଗି ଦୁଇ ବଖରା ଘର ପୋଡି ପାଉଁଶ: ଲାଗିଲାନି ଦମକଳ ଅଫିସ ଫୋନ ନମ୍ବର?
|
July 22, 2020 |