ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ, ଏମସ୍‌ରେ ଭର୍ତ୍ତି, ଓଡ଼ିଶା ଗସ୍ତ ସ୍ଥଗିତ

Spread the love

ନୂଆଦିଲ୍ଲୀ, ୧୬/୧ (ସନ୍ଧାନ ନିୟୁଜ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ ହୋଇଥିବା ବୁଧବାର ରାତିରେ ଜଣାପଡ଼ିଛି। ସୂଚନା ଅନୁସାରେ ଶାହ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଯୋଗୁଁ ଅସୁସ୍ଥ ଦେଖାଯିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍‌)ରେ ଭର୍ତ୍ତି କରାଯାଇଛି।

ନିଜର ଅସୁସ୍ଥତା ନେଇ ଅମିତ ଶାହ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଈଶ୍ୱରଙ୍କ ଇଚ୍ଛା ଓ ଆପଣଙ୍କ ଭଲ ପାଇବା ଯୋଗୁଁ ଖୁବ ଶୀଘ୍ର ସୁସ୍ଥ ହୋଇଯିବି।

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି। ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଅମିତ ଶାହା ଜାନୁଆରି ୧୮ରେ କଟକ ଆସିବାର ଥିଲା।

Related Posts

About The Author

Add Comment