ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବାଦ ବଜେଟ ଶୀର୍ଷକ ଆଲୋଚନା ଚକ୍ର

Spread the love
 ବରୀ,  ୨/୩/୨୬ (ସନ୍ଧାନ ନ୍ୟୁଜ )  : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁଦ୍ରପୁର ହାଇସ୍କୁଲ ଖେଳ ପଡ଼ିଆଠାରେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ କୃଷକ ସମ୍ବାଦ ବଜେଟ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା କୃଷକ ମୋର୍ଚା ସମ୍ପାଦକ  ରତିକାନ୍ତ ରାଜବଂଶି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା  ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ଅନ୍ୟତମ ଅତିଥି ଭାବେ ଉପସଭାପତି ହୃଷୀକେଶ ଜେନା, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ସୌଭାଗ୍ୟନନ୍ଦ  ମିଶ୍ର, ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।।କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ବଳନ ପରେ କୁନି  କୁନି ପିଲା ମାନଙ୍କ ଦ୍ଵାରା  ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାରଣା, ଲକ୍ଷ୍ମୀଧର ପତି, ଦୀପକ ରାଉତ, ଆଲୋକ ନାୟକ, ପ୍ରଦୀପ ଜେନା, ଅଶୋକ ଓଝା, ମିଥୁନ କୁଣ୍ଡୁ, ଆଶୁ ବାରିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥଲେ।

Related Posts

About The Author

Add Comment