ବିଜେଡ଼ି ପାର୍ଥି ଶାଢ଼ୀ ବାଣ୍ଟି ଭୋଟରଙ୍କୁ କିଣିବାକୁ ପ୍ରଚେଷ୍ଟା, ନିର୍ବାଚନ ଆଚରଣ ବିଧି ଉଲଂଘନ

Spread the love

କୋରାପୁଟ / କୋଟପାଡ, ୨୬/୩ (ସନ୍ଧାନ ନିୟୁଜ) – ଜାଣି ଶୁଣି କରାଯାଉଛି ନିର୍ବାଚନ ଆଚରଣ ବିଧି ଉଲଂଘନ । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଭୋଟର ଙ୍କୁ ଦେଖାଇଲେ ଲାଳସା ଓ ବାଣ୍ଟିଲେ ଶାଢ଼ୀ । ଏହିପରି ଏକ ଘଟଣା ଘଟିଛି କୋରାପୁଟ ର କୋଟପାଡ଼ ନିର୍ବାଚନ ମଣ୍ଡଳୀ ରେ । କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ପ୍ରାର୍ଥୀନୀ ଶ୍ରୀମତୀ ପଦ୍ମିନୀ ଦିଆନ୍ କରିଛନ୍ତି ଏହି ଆଚରଣ ବିଧି ଉଲଂଘନ । ସେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ବୈପାରିଗୁଡ଼ା ,କୁନ୍ଦୁରା ଓ କୋଟପାଡ଼ ବ୍ଲକ ର ବିଭିନ୍ନ ଗାଁ ରେ ମହିଳାମାନଙ୍କୁ ଶାଢ଼ୀ ବାଣ୍ଟୁଥିବା ର ଅଭିଯୋଗ ହୋଇଛି । ଏହି ଫୋଟୋ ଗୁଡିକ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ସେ ବିବାଦ ଘେରରେ ଟାଣି ହୋଇଛନ୍ତି । ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଶାଢ଼ୀ ବାଣ୍ଟିବା ନେଇ ପ୍ରଶ୍ନ କରିଥିଲେ ମଧ୍ୟ ଶ୍ରୀମତୀ ଦିଆନ୍ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି । ସେ କୌଣସି ଶାଢ଼ୀ ବାଣ୍ଟି ନାହାନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଏଥି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment