ସୁନ୍ଦରଗଡ ତା:୧୧/୮/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ଆଜି ଅପରାହ୍ନ ସମୟରେ ଭସମା ପୋଲିସ ଏକ ବୋଲେରୋ ନମ୍ବର ( ଓଡ଼ି-୨୩ଡି ୭୪୯୯) ସୁନ୍ଦରଗଡ ରୁ କରମଡ଼ିହି ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକକୁ ରାସ୍ତା ଦେବାକୁ ଯାଇ ବିଜୁ ଏକ୍ସପ୍ରେସ ରାସ୍ତାରେ
ଡିଭାଇଡର ରେ ପିଟି ହେବା ଫଳରେ ସମ୍ପୃକ୍ତ ବୋଲେରୋଟି ଓଲଟି ପଡିଥିଲା । ଗାଡ଼ିରେ ଥିବା ପୋଲିସ କର୍ମଚାରୀ ସାମାନ୍ୟ ଆହତହୋଇଥିବା ଜଣାପଡିଛି । ଆହତ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏହି ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ କିଛି କ୍ଷତି ନ ହୋଇଥିବା ସୂଚନା ମିଳିଛି ।
ବିଜୁ ଏକ୍ସପ୍ରେସ ରାସ୍ତାରେ ପୋଲିସ ବୋଲେରୋ ଦୁର୍ଘଟଣା, କର୍ମଚାରୀ ଆହତ
|
August 12, 2021 |


