ବିଛାଖଣ୍ଡି (ଷୋହଳ ସାହି) ନିକଟରେଭାଲୁ ଛୁଆ ଆତଙ୍କ ।

Spread the love

 

ଜେନାପୁର/୦୮/୦୨/ସନ୍ଧାନ ନିଉଜ୍/ ଧର୍ମଶାଳା ବ୍ଲକ ବିଛାଖଣ୍ଡି ଅଞ୍ଚଳରେ ଦୀର୍ଘ କିଛିଦିନ ହେବ ଏହି ଅଖା ପାଖ ଅଞ୍ଚଳରେ ଭାଲୁର ଆତଙ୍କ ବଢ଼ିବାରେ ଲାଗିଛି । ଚାଷୀ କୂଳକୁ ଅସୁବିଧାରେ ପକାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ବହୁ ଜଣଙ୍କର କ୍ଷତି କରିବା ସହ କେତେ ଜଣଙ୍କର ଜୀବନ ମଧ୍ୟ ନେଇଛି । ଶୁଣିବାକୁ ମିଳୁଛି ପ୍ରତ୍ୟକ ଦିନ ରାତିରେ ଭାଲୁ ମାନେ ଆସି ଫସଲ ନଷ୍ଟ କରୁଛନ୍ତି ଯଦି ସେହି ସମୟରେ କେହି ତାର ଆଗକୁ ଆସୁଛି ତାହାର କ୍ଷତି ମଧ୍ୟ କରୁଛି । ଏବେ ଏହି ଅଞ୍ଚଳର ଲୋକମାନେ ଭୟବିତ ହୋଇ ପଡିଛନ୍ତି ସାଧ୍ୟହେଲେ କେହି ଘରୁ ବାହାରୁ ନାହାନ୍ତି ଚାଷୀ ମନେ ନିଜର ଫସଲ ଜଗିବା ପାଇଁ ଭୟରେ ଯାଉନାହାନ୍ତି ଯାହାଫଳରେ ଫସଲ ନଷ୍ଟ ହେବାରେ ଲାଗୁଛି ବାରମ୍ବାର ଏହିଦିଗ ପ୍ରତି ସ୍ଥାନୀୟ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇବା ପରେ ବି କୌଣସି ପଦକ୍ଷପ ନିଆଯାଇ ନାହିଁ । ଆଗାମୀ ଦିନରେ ଯଦି ବନ ବିଭାଗ ଏବଂ ଜିଲ୍ଲାପ୍ରଶାସନ କୌଣସି ପ୍ରକାର ପଦକ୍ଷପ ନ ନିଅନ୍ତି ତାହେଲେ ଏମିତି ଅନେକ ଧନ ଜୀବନ ନଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

Related Posts

About The Author

Add Comment