ବିଚିତ୍ରପୁର ଲୋକ କଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

Spread the love

ଯାଜପୁର, ୧୯/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଲୋକକଳା ଗ୍ରାମ ବିଚିତ୍ରପୁରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହକୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।ବିଚିତ୍ରପୁର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ପ୍ରାରମ୍ପାରିକ ଲୋକକଳା ଓ ପରମ୍ପରାର ସ୍ମୃତିଚାରଣ ଓ ସୁରକ୍ଷା ପାଇଁ ସଂସ୍କୃତି ବିଭାଗର ଏହି ପଦକ୍ଷେପ ଏକ ସ୍ୱାଗତ ଯୋଗ୍ୟ ବ୍ୟବସ୍ଥା ବୋଲି ମତ ଦେଇଥିଲେ । ମା ମାନଙ୍କ ମଧ୍ୟରେ ଥିବା ଲୁକ୍କାଇତ ପ୍ରତିଭା କୁଲୋ କଲୋଚନକୁ ଆଣିବାକୁ ଏହି ପ୍ରୟାସ ବେଶ୍ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ । ଏହା ଦ୍ୱାରା ସଂସ୍କୃତିର ପ୍ରସାର ପ୍ରଚାର ପାଇଁ ପଥ ଉନ୍ମୁକ୍ତ ହୋଇପାରିଛି ବୋଲି ସେକହିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁରପୌର ପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ମାନେ ଶକ୍ତିମୟୀ ଓ ବିବିଧ ପ୍ରତିଭାର ଅଧିକାରୀ । ଏହି ଭଳି ସୁଯୋଗ ମାଧ୍ୟମରେ ସେମାନେ ସେମାନଙ୍କର ଦକ୍ଷତାର ବିକାଶ କରି ପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ବିଚିତ୍ରପୁର ଗ୍ରାମକୁ ଲୋକ କଳା ଗ୍ରାମ ଭାବେ ଘୋଷଣା କରାଯିବା ପରେ ଗ୍ରାମର କଳା ଓ ସଂସ୍କୃତିର ବିକାଶ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତୁ୍ୟଷରୁ ନିକଟସ୍ଥ ପୋଖରୀରେ ପ୍ରତିକାତ୍ମକ ଡଙ୍ଗା ଭଷା ପରେ ଏକାଧିକ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଷରେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ବିଚିତ୍ରପୁର ବିଦ୍ୟାଳୟ ପରିସରରେ ଝୋଟି, ମୁରୁଜ, ପିଠା, ହୁଳହୁଳି, ଭାଗବତ ପଠନ, ଭଜନ, ଓଡିଆଣୀ ବେଶ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକକଳା ଓ ସଂସ୍କୃତି ସଂଘର ସଭାପତି ସୌରଭ ଚକ୍ରବର୍ତି ଅଧ୍ୟକ୍ଷତା କରିଥିଲେ । ଶେଷରେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତି ଯୋଗଗୀତାର ବିଚାରପତି ଭାବେ ରସୁଲପୁର ବ୍ଲକ କଳାସଂଘର ଉପସଭାପତି ମୋହନ ଚରଣ ମଲିକ, ଚର୍ତୁଭୁଜ ଦାସ, କୋରାଇ ବ୍ଲକର ଉପସଭାପତି ପ୍ରଫୁଲ ଆଚାର୍ଯ୍ୟ, ବୃନ୍ଦାବନ ମିଶ୍ର ଓ ଅଭିମନୁ୍ୟ ମିଶ୍ର ପ୍ରମୁଖ ବିଚାର ପତି ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗୀମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ବିପୁଳ ଉସôାହ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମୁଲ୍ୟ କୁମାର ସାହୁ, ବିଚିତ୍ରପୁର ଗ୍ରାମର ଭାଗୀରଥି ରଣା, ରଂଜନ କୁମାର ପଣ୍ଡା, କୃପାସିନ୍ଧୁ ପୃଷ୍ଟି, ପରେଶ କୁମାର ମହାନ୍ତି, ଅନ୍ୟାନ୍ୟ କଳାକାର, ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମ ବାସୀବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂସ୍କୃତି ବିଭାଗର ଏହି ଅଭିନବ କାର୍ଯ୍ୟକ୍ରମକୁ ଗ୍ରାମ ବାସୀମାନେ ପ୍ରଶଂସା କରିଥିଲେ ।

Related Posts

About The Author

Add Comment