ବିଚ ବଜାରରେ ମହିଳାଙ୍କୁ ମାଡ: ଗରିବ ବୋଲି ମିଳୁନି ଥାନାରୁ ନ୍ୟାୟ
ବିଚ ବଜାରରେ ମହିଳାଙ୍କୁ ମାଡ: ଗରିବ ବୋଲି ମିଳୁନି ଥାନାରୁ ନ୍ୟାୟ
Manas Kumar Rout |
April 7, 2019 |

ଧର୍ମଶାଳା, ୭/୪ (ସନ୍ଧାନ ନିୟୁଜ) ବିଚ ବଜାରରେ ଆସମଜିକ ଲୋକଙ୍କ ଆକ୍ରମଣର ଶିକାର ହେଲେ ମହିିଳା । ଲହୁ ଲୁହାଣ ବି ହେଲେ । ମାଡ ଖାଇ ଚେତା ହରାଇଲେ । ରକ୍ଷାକରିବାକୁ ଆସି ଭାଇ ବାପା ବି ବାଦ ପଡିଲେନି । ସର୍ବସମ୍ମୁଖରେ ଏତେ ସବୁ ଘଟିଲା ପରେ ଜେନାପୁର ଥାନାରେ ଗୁହାରି କଲେ ମହିଳା ଜଣକ । କିନ୍ତୁ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ରାଜନୈତିକ ଚାପରେ ପୋଲିସ ଏତଲା ରୁଜୁ ନକରି ହାତ ବାନ୍ଧି ବସିଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତର କୁସ୍ତିରା ଗା୍ରମରେ । ଅଭିଯୋଗ କାରିଣୀ ଧୋବଣି ଦଳେଇ ସ୍ୱା-କଂଗ୍ରେସ ଦଳାଇ ଉକ୍ତ ଦିନ ନିଜ ଝିଆରିକୁ ସଉଦା ପାଇଁ ଦୋକାନକୁ ପଠାଇଥିଲେ । ଆସିବା ବିଳମ୍ବ ହୋବରୁ ଝିଆରିକୁ ଖୋଜିବାକୁ ଝାଇ ଦେଖନ୍ତେ ତପନ ଦଳାଇଙ୍କ ଦୋକାନ ପାଖରେ ସେହି ଗାଁର ମୋହନ ଦଳାଇ ପିତା-ବେଣୁ ଚପଲରେ ମାରୁଛି । ପ୍ରତିବାଦ କରିବାରୁ ସେ ମୋତେ ବିଭିନ୍ନ ଅଶ୍ଳିଳ ଭାଷାରେ ଶୋଧା ବେଜିତ କରିବା ସହ ଚୁଟି ଧରି ଘୋସାରି ବିଧା ଗୋଇଠା ମାରିବା ସହ ଟେକକିି କଚାଡି ଦେଇଥିଲା । ଫଳରେ ସେ ସେହିଠାରେ ଚେତାଶୁନ୍ୟ ହୋଇଜିବାରୁ ଖବର ପାଇ ଭାଇ ଅମୁଲ୍ୟ ଦଳାଇ ରକ୍ଷାକରିବାକୁ ଧାଇଁ ଯାଇଥିଲା । କିନ୍ତୁ ସେ ମଧ୍ୟ ତାର ଆକ୍ରମଣରୁ ବର୍ତ୍ତୀ ନଥିଲା । ମାଡ ଖାଇ ଥାନାକୁ ଜିବାକୁ ବାହରିବାରୁ ପୁନର୍ବାର ମୋହନ ଦଳେଇ ଓ ଭାଇ ପବାନା ଦଳେଇ ତା ଘରେ ପଶି ନିସ୍ତୁକ ମାଡ ମରି ଲହୁଲୁହାଣ କରିଦେଇଥିଲେ । ଏପରିକି ୭୦ ବର୍ଷ ବୟଷର ବୃଦ୍ଧ ମଧ୍ୟ ମାଡ ଖାଇବାରୁ ବାଦ ପଡି ନଥିଲେ । ଥାନରେ ଅଭିଯୋଗ ଦାଖଲ କରିଥିବାରୁ ଅଭିଯୁକ୍ତ ତାଙ୍କୁ ଜିବନରେ ମାରିଦେବାକୁ କତା ଧରି ବୁଲି ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଏକ ସମ୍ବେଦନଶିଳ ଘଟଣାରେ ସାଖି ପ୍ରମାଣ ରଖି ମହିଳା ଜଣକ ଏତେଲା ଦେଇଥିଲେ ବି ଜେନାପୁର ଥାନା କତ୍ତୃପକ୍ଷ ତାଙ୍କର ଅଭିଯୋଗକୁ ଭିତି କରି ଏତେଲା ରୁଜୁ କରିନଥିବା ଜଣା ପଡିଛି । ଫଳରେ ପୋଲିସର କାର୍ଯ୍ୟଧାରାକୁ ନେଇ ସନେ୍ଧହ ପ୍ରକାଶ ପାଇଛି । ଏ ନେଇ ସ୍ଥାନୀୟ ଅଂଚଳରେ ତିବ୍ର ଉତେଜନା ଦେଖାଦେଇଛି । ଏ ପରିକି ସେ ବାରମ୍ବାର ଥାନାକୁ ଦୌଡି ଦୌଡି ନ୍ୟାୟ ନପାଇ ନିରାଶ ହୋଇ ବସିଛି । ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ପାଳ ଜାଜପୁର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

Report- Manas Rout
Related Posts
About The Author