ବାଙ୍ଗିରିପୋଷି, ୮/୯ (ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା): ଗ୍ରାମାଂଚଳର ବିକାଶ ପାଇଁ ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ କେତେକ ସ୍ଥଳ ବିଶେଷରେ ଦାୟିତ୍ବରେ ଥିବା ଅଧ୍ବକାରୀ ଓ କର୍ମଚାରୀଙ୍କ ଆନ୍ତରୀକତା ଅଭାବରୁ ଅନେକ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ବେଳେ ଅନ୍ୟ କେତେକ ସ୍ଥଳରେ ଗମନା ଗମନ ଅସୁବିଧାରୁ ଏହି ସମସ୍ୟା ଦେଖାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ୨୬ ବ୍ଲକ ମଧ୍ୟରୁ ସବୁଠାରୁ ଦୁର୍ଗମ ଓ ଆଦିବାସୀ ଅଧୁଷିତ ବ୍ଲକ ଭାବରେ ପରିଚିତ ରହିଛି ବାଙ୍ଗିରିପୋଷି ବ୍ଲକ । ଏହି ବ୍ଲକରେ ଏଭଳି ଅନେକ ଗାଁ ଅଛି ଯେଉଁ ଠାରେ ବିକାଶ ସାତ ସପନ । କେଉଁଠି ଗାଁକୁ ରାସ୍ତା ନାହିଁତ ପୁଣି କେଉଁଠି ପୋଲ ନ ଥିବାରୁ ଲୋକେ ବାଉଁଶ ବାଡ଼ି ସାହାଯ୍ୟରେ ଯାତାୟାତ କରିଥାନ୍ତି । ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ପହଂଚି ନାହିଁ ବିଦ୍ୟୁତ ଆଲୁଅ । ଆଜି ମଧ୍ୟ ଅନେକ ଗ୍ରାମରେ ଡିବିରି ଆଲୁଅରେ ଲୋକେ କାଳାକିପାତ କରୁଛନ୍ତି । ଡିବିରିର ତେଲ ସରିଗଲେ ଅନ୍ଧକାରରେ ଜୀବନ ବିତାଇ ବାକୁ ବାଧ୍ୟ ହୋଇଥାନ୍ତି । ସରକାର ଆଦିବାସୀଙ୍କ ପାଇଁ ଅନେକ ସତନ୍ତ୍ର ଯୋଜନା ହାତକୁ ନେଇଥିଲେ ମଧ୍ୟ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡ଼ି ଅଂଚଳବାସୀ ଦେଖୁ ନାହାଁନ୍ତି ଆମ୍ବୁଲାନ୍ସ । ଗମନା ଗମନ ନଥିବା ଯୋଗୁଁ ସରକାରଙ୍କ ୧୦୨ ହେଉ କିମ୍ବା ୧୦୮ ପହଂଚି ପାରୁନି । ବାଧ୍ୟ ହୋଇ କୌଣସି ଗୁରୁତ୍ଵର ରୋଗୀ ହେଉ କିମ୍ବା ଗର୍ଭବତୀଙ୍କୁ ଖଟିଆ କିମ୍ବା ଭାରକରି ଏହି ରାସ୍ତା ଅତିକ୍ରମ କରା ଯାଇଥାଏ। ଅନେକ ଅବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଗମନାଗମନ ସୁବିଧା ନ ଥିବା ଯୋଗୁଁ ଇନ୍ଦିରା ଆବାସ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଜନାରେ ଯୋଗ୍ୟ ହିତାଧିକାରୀ ମଧ୍ୟ ସେମାନଙ୍କର ଗୃହ ପଡ଼ିଛି । ଯୋଜନା ପହଂଚିଥିଲେ ମଧ୍ୟ ତାହା ସଚେତନତା ଅଭାବରୁ ଠିକ ଭାବେ ସେମାନଙ୍କ କାର୍ଯ୍ୟରେ ଲାଗି ପାରୁ ନାହିଁ । ୫ ବର୍ଷ ତଳେ ଉକ୍ତ ଗ୍ରାମ ଗୁଡିକରେ ଆଲୁଅ ପହଂଚାଇବା ପାଇଁ ସୋଲାର ଲାଇଟ ଲଗାଯାଇଥିଲା । କିନ୍ତୁ ଦୀର୍ଘ ବର୍ଷ ଗମନା ଗମନର କୌଣସି ପ୍ରକାରର ସୁବିଧା ନଥିବା ଯୋଗୁଁ ଏହି ଆଦିବାସୀ ମାନେ ପ୍ରତ୍ୟେକ ଦିନ କାମ ପାଇଁ ନଦୀ ଏପାଖକୁ ବିପଦ ପୂର୍ଣ୍ଣ ଭାବେ ଯାତାୟାତ କରିଥାନ୍ତି । ଆଜି ପର୍ଯ୍ୟନ୍ତ ଏହି ଫଚାୟତରେ ଥିବା କୁସୁମତୋଟା, ଖଡିଘାଟି ଓ ଜାମତଳିଆ ୩ ଟି ଗ୍ରାମରେ ଏବେ ମଧ୍ୟ ସମସ୍ତ ଯୋଜନା ଅପହଂଚ ଏହି ୩ ଟି ଗ୍ରାମରେ ଜନସଂଖ୍ୟା ୧୨ ଶହରୁ ଉଦ୍ଧ ହେବେ । ବ୍ଲକ କାର୍ଯ୍ୟାଳୟ ଠାରୁ ୩୦ କି.ମି ରୁ ଉକ୍ଳ ଦୂରରେ ରହିଛି ଉକ୍ତ ସମସ୍ତ ଗ୍ରାମ। ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ସେମାନେ ବହୁ ଦୁଃଖ କଷ୍ଟରେ ପହଞ୍ଚି ଥାଆନ୍ତି ନିଜ ଗ୍ରାମରେ । ସରକାର ସେମାନଙ୍କ ପାଇଁ ଯେଉଁ ସ୍ବତନ୍ତ୍ର ଯୋଜନା ହାତକୁ ନେଇଛନ୍ତି ସେଗୁଡିକ ମଧ୍ୟରୁ କିଛି ନିର୍ମାଣ କରିବା ପାଇଁ ଅକ୍ଷମ। ତିନି ଗ୍ରାମର ବୃଦ୍ଧ ଓ ବୃଦ୍ଧା ହିତାଧକାରୀ ଭତା ପାଇଁ ନଦୀପାର ହୋଇ ଯାଇ ପାରୁ ନାହାଁନ୍ତି । ଜଣେ ଜଣେ ୩ ରୁ ୪ ମାସ ପରେ ନିଜର ଭତ୍ତା ସଂଗ୍ରହ କରିବାକୁ ବାଧ୍ୟ ହୋଇଥାନ୍ତି । ସେମାନେ ଅସାଧାରଣ ଜୀବନ ଯାପନ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ସାଧାରଣ ବଂଟନ ବ୍ୟବସ୍ଥାରେ ଦିଆଯାଉଥିବା ଚାଉଳ ଓ ଅନ୍ୟ ସାମଗ୍ରୀ ପାଇଁ ମଧ୍ୟ ଏହି ଗ୍ରାମର ହିତାଧିକାରୀ ମାନଙ୍କୁ ପାହାଡ଼ ଓ ନଦୀ ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ୩ ଗ୍ରାମର ଅଧକାଂଶ ଅଧିବାସୀ ସାଧାରଣ ଓଡ଼ିଆ ଭାଷା ସଂପର୍କରେ ସପୂର୍ଣ୍ଣ ଅଜ୍ଞ । ନିଜ ଭାଷା ବ୍ୟତିତ ଅନ୍ୟ କୌଣସି ଭାଷା ସେମାନଙ୍କ ପାଇଁ କହିବା ମଧ୍ୟ କାଠିକର ପାଠ ଗ୍ରାମାଂଚଳର ବିକାଶ ପାଇଁ ଆମ ଗାଁ, ଆମ ସହର ଭଳି ବହୁ ଯୋଜନା ହାତକୁ ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନର ଶୁଭ ଦୃଷ୍ଟି ପଡି ନାହିଁ ଏହି ଅପହଂଚ ୩ ଟି ଗ୍ରାମରେ । ଦୁର୍ବିସହ ଜୀବନ ବିତାଉଥିବା ୩ ଟି ଗ୍ରାମର ଅବାସୀଙ୍କ କେଉଁ ଆବାହମାନ କାଳରୁ ସେଠାରେ ଜୀବନ ଯାପନ କରୁଥିଲେ ମଧ୍ୟ ବର୍ତ୍ତମାନ ସ୍ଥିତିରେ ସେମାନେ ସେଠାରେ ଚଳିବା କଷ୍ଟକର ହୋଇ ପଡୁଛି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ବିକାଶର ଦୋଛକିରେ କୁସୁମତୋଟା, ଖଡିଘାଟି ଓ ଜାମଡୋଳିଆ ଗାଁ
|
September 8, 2020 |
![](https://sandhannews.com/wp-content/uploads/2020/09/Jumbos.jpg)