ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ  

Spread the love
ବାଲିଗୁଡା,୧୫/୦୮/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧିନତା ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳନ ହୋଇଯାଇଛି । ଏହି ଅବସରରେ ଏଥିରେ ସ୍ଥାନୀୟ  ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ  ଯାହାକି, ସ୍ବାଧିନତା ପାଇବା ବହୁତ କଷ୍ଟକର କିନ୍ତୁ ସ୍ବାଧିନତାକୁ ସାଇତି ରଖିବା, ସ୍ବାଧିନତାକୁ ସୁରକ୍ଷିତ ରଖିବା ଏବଂ କିଛି ଦିନ ପରେ ସ୍ବାଧୀନତାକୁ ଆଉ କାହାକୁ ଦେବା ଅଧିକ କଷ୍ଟକର” ବୋଲି ଉପଜିଲ୍ଲାପାଳ ନିଜ ବକ୍ତବ୍ୟ ରେ କହିଥିଲେ  । ମହାମାରୀ କରୋନା ଭୂତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ ହୋଇ ନାହିଁ କେବଳ ଗୋଟିଏ କଣ୍ଟିଜେଣ୍ଟ ପୁଲିସ ବାହିନୀ ଯୋଗ ଦେଇଥିଲେ l ଏହା ପରେ ବାଲିଗୁଡା ଉପଖଣ୍ଡର କରୋନା ଯୋଦ୍ଧା ଆଶା କର୍ମୀ, ଅଙ୍ଗନ ୱାଡି କର୍ମୀ, ସଫେଇ କର୍ମଚାରୀ, ସାପ ଧରାଳି କର୍ମୀ, ସଫଳ ଚାଷୀ, ଏସଏଚଜି ଗ୍ରୁପ ତଥା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୂଜାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଜଗଦୀଶ ଷଡଙ୍ଗୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ସହକାରୀ ଜିଲ୍ଲାପାଳ ହଳଧର ନାୟକ,  ଶିଶୁ କଲ୍ୟାଣ ବିକାଶ ଅଧିକାରୀ ଶ୍ରୀମତୀ ଅନିତା ଦାସ ଙ୍କ ସମେତ  ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିବା ବେଳେ ସହକାରୀ କର୍ମଚାରୀ  ଅଭିମନ୍ୟୁ ପ୍ରଧାନ,  ରଶ୍ମୀରଞ୍ଜନ ମହାରଣା, ତୀର୍ଥବାସୀ ଘଡାଇ, ବ୍ରଜବନ୍ଧୁ ସାହାଣି ପ୍ରମୁଖ ସହଯୋଗ କରିଥିଲେ।

Related Posts

About The Author

Add Comment