ବାଲିଗୁଡା ବସଷ୍ଟାଣ୍ଡରେ ପୋଲିସ ବିଟ ଗୃହ ଉଦଘାଟନ
ବାଲିଗୁଡା ବସଷ୍ଟାଣ୍ଡରେ ପୋଲିସ ବିଟ ଗୃହ ଉଦଘାଟନ
Sandhan News |
February 2, 2021 |
ବାଲିଗୁଡା,02/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ପୋଲିସ ପ୍ରଶାସନ ତରଫରୁ ଏକ ପୋଲିସ ବିଟ ଗୃହ ଉଦଘାଟନ ହୋଇଯାଇଛି । ଏହି ପୋଲିସ ବିଟ ଗୃହକୁ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ।ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ, ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର,ସ୍ଥାନୀୟ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଏନଏସି ଅଧକ୍ଷ ଲୋକନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ l ବସଷ୍ଟାଣ୍ଡକୁ ଆସୁଥିବା ଯେ କୌଣସି ବ୍ୟକ୍ତି କିମ୍ବା ଯାତ୍ରୀ ମାନଙ୍କର ଯଦି କିଛି ଆସୁବିଧା ହୁଏ କିମ୍ବା ଦୁର୍ଘଟଣା ହୁଏ ତେବେ ଏହି ବିଟ ହାଉସରୁ ଲୋକେ ତୁରନ୍ତ ସେବା ପାଇ ପାରିବେ ।ଏହାକୁ ନେଇ ଅଞ୍ଚଳବାସୀ ଖୁସୀ ହେବା ସହ ବସଷ୍ଟାଣ୍ଡ ରେ ଏଣିକି ଆଉ କିଛି ଅସୁବିଧା ହେବ ନାହିଁ ବୋଲି ଆଲୋଚନା ହେଉଛି ।
Related Posts
About The Author