ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : କୌଶିକ ସାହୁ ହେଲେ ସଭାପତି 

Spread the love
ବାଲିଗୁଡା,୨୭/୦୩. (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବାର ଆସୋସିଏସନର ୨୦୨୧-୨୨  ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ସଂଘ  ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ କୌଶିକ ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସେକ ସାଦିକ, ସମ୍ପାଦକ ଭାବେ ଜ୍ୟୋତିରଞ୍ଜନ ଦାସ, ସହ ସମ୍ପାଦକ ଭାବେ ଚନ୍ଦ୍ର ଶେଖର ପଣ୍ଡା, କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ପଣ୍ଡା, ଏବଂ ପାଠାଗାର ସମ୍ପାଦକ ଭାବେ ମଦନ ମୋହନ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ସମୟରେ ବାଲିଗୁଡା ସଂଘର ସମସ୍ତ ସଦସ୍ୟ ଏବଂ  ଓକିଲ ଉପସ୍ଥିତ ଥିଲେ l

Related Posts

About The Author

Add Comment