ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ

Spread the love
ବାଲିଗୁଡା: ତା, ୧୬/୧୨/୨୫: (ସନ୍ଧାନ ନ୍ୟୁଜ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବାସୀ ଦୀର୍ଘ ଦିନଧରି ଦାବୀ କରିବା ପରେ ରାଜ୍ୟ ସରକାର ତାହାକୁ ପୂରଣ କରି ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ କରିଛନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରଥମେ କାର୍ତ୍ତିକ ମାସ ଆରମ୍ଭ ରୁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ କୁ ବାଲିଗୁଡ଼ା ଯାଏ ସଂପ୍ରସାରଣ କରାଯାଇ ଏହା ମଙ୍ଗଳବାର ଠାରୁ ନିୟମିତ ବିଧବଦ୍ଧ ଭାବେ ବସ୍ ଚଳାଚଳ କରିଛି l ଏହି ବସ୍ ବାଲିଗୁଡ଼ା ଠାରୁ ରାତି ୦୯ ଟା ୩୦ ମି. ରେ ଆଗମନ କରି ଭାୟା-ଫୁଲବାଣୀ, ଚାରିଛକ, ନୟାଗଡ଼, ଦଶପଲ୍ଲା, ଭୁବନେଶ୍ୱର ଦେଇ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଭୋର ୦୫ :୦୦ ସମୟରେ ପହଞ୍ଚିବ l ଠିକ ସେହିପରି ପୁରୀରୁ ଛାଡ଼ିବା ସମୟ ରାତି ୦୮:୩୦ ଭୁବନେଶ୍ବରରୁ ଛାଡ଼ିବା ସମୟ ରାତି ୧୦:୦୦ ଭାୟା ଫୁଲବାଣୀ ଦେଇ ବାଲିଗୁଡ଼ା ରେ ଭୋର ୫ ଟା ରେ ପହଞ୍ଚିବ l ଏଥିରେ ବାଲିଗୁଡା ଠାରୁ ପୁରୀ କୁ ପୁରୁଷ ଯାତ୍ରୀଙ୍କ ପାଇଁ ଜଣକ ପିଛା ଟିକଟ ର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ମହିଳା ଯାତ୍ରୀ ଙ୍କ ପାଇଁ ରିହାତି ରେ ୪୦୦ ଟଙ୍କା ରହିଛି, ଏଣୁ ଏହାର ସୁଯୋଗ ନେବା ପାଇଁ ସ୍ଥାନୀୟ ସରକାରୀ ଟିକଟ କାଉଣ୍ଟର କର୍ମଚାରୀ ପ୍ରକାଶ କରିଛନ୍ତି l  ଶ୍ରୀ ଜଗନ୍ନାଥ ଧାମ ପୁରୀ କୁ ଏକ ସରକାରୀ ଭଲଭୋ ବସ ର ଶୁଭାରମ୍ଭ କରି ଥିବାରୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି l

ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ

Related Posts

About The Author

Add Comment